ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା କ୍ରିକେଟ ଦୁନିଆରୁ ଜନ୍ମଦିନର ଶୁଭକାମନା, ଏହି ଖେଳାଳିମାନେ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୬୯ତମ ଜନ୍ମଦିନ ଅବସରରେ ସାରା ବିଶ୍ୱରୁ ଶୁଭେଚ୍ଛା ବାର୍ତ୍ତା ମିଳିଛି। ସେହିଭଳି ଦେଶର କୋଣ ଅଣୁକୋଣରୁ ରାଜନେତା ସମେତ ପ୍ରଶଂସକମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏହି ମାମଲାରେ ଖେଳ ଜଗତ ମଧ୍ୟ ପଛରେ ପଡ଼ିନାହିଁ। ତାଲିକାରେ ସଚିନ ତେନ୍ଦୁଲକର, ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି, ପୂର୍ବତନ କ୍ରିକେଟର ଓ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ସତେମ ଅନ୍ୟ ଖେଳାଳିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟୁଇଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଖେଳର ଭିତ୍ତିଭୂମି ବିକାଣ କରିବା ପାଇଁ ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଥାନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମଗ୍ର ଦେଶରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଭାରତୀୟ ଜନତା ପାର୍ଟି ଏହାକୁ ‘ସେବା ସପ୍ତାହ’ ଭାବେ ପାଳନ କରୁଛି। ସେହିଭଳି ଟିମ୍‌ ଇଣ୍ଡିଆ ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି କରୁଛି।

ସଚିନ ତେନ୍ଦୁଲକର ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ହାପି ବାର୍ଥଡେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ। ଆପଣଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତର ଭିଜନ ସମସ୍ତଙ୍କ ପାଇଁ ପ୍ରେରଣା ହେଉ। ଈଶ୍ୱର ଆପଣଙ୍କୁ ଜୀବନରେ ସୁସ୍ଥ ରଖନ୍ତୁ।

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଭାରତୀୟ ଜନତା ପାର୍ଟି ସାଂସଦ ଗୌତମ ଗମ୍ଭୀର ପ୍ରଧାନମନ୍ତ୍ରୀଙ୍କୁ ଦେଶର ସମ୍ମାନ କହିଛନ୍ତି। ମୋଦୀ ସଂସଦ ଓ ମା’ଙ୍କୁ ସମାନ ପ୍ରକାରର ସମ୍ମାନ ଜଣାଇଛନ୍ତି। ବିରାଟ କୋହଲି, କ୍ରିକେଟର ହରଭଜନ ସିଂହ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର