ସୌରଭଙ୍କ ସହ ଓଡ଼ିଶା ଛାଡ଼ିଲେ ୪ କ୍ରିକେଟର୍‌

କଟକ: ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଓ ବିସିସିଆଇର ଅନ୍ୟାନ୍ୟ ବୟସ ବର୍ଗର ପ୍ରତିଯୋଗିତା ଖେଳୁଥିବା ୪ଜଣ ଖେଳାଳି ଓଡ଼ିଶାରୁ ଏନ୍‌ଓସି ନେଇଛନ୍ତି। ସେମାନେ ହେଉଛନ୍ତି ବରିଷ୍ଠ ଦଳର ଓ୍ଵିକେଟ ରକ୍ଷକ ସୌରଭ ରାଓ୍ଵତ, ଦେବେନ୍ଦ୍ର କୁଅଁର, କନିଷ୍ଠ ଦଳର ପ୍ରିୟତମ ସିଂହ ଓ ଅଜିତ ଯାଦବ। ଚଳିତ ବର୍ଷଠୁ ନୂଆ ଦଳ ଖେଳିବାକୁ ଯାଉଥିବାରୁ ସେମାନେ ଅନ୍ୟ ରାଜ୍ୟରୁ ଖେଳିବା ପାଇଁ ଏନ୍‌ଓସି ନେଇଥିବା ସୂଚନା ମିଳିଛି। ସୌରଭ ଓ ଦେବେନ୍ଦ୍ର ଉତ୍ତରାଖଣ୍ଡ ଏବଂ ପ୍ରିୟତମ ଓ ଅଜିତ ବିହାର ତରଫରୁ ଚଳିତ ଋତୁରେ ଖେଳିବାକୁ ଯାଉଥିବା ଜଣାପଡ଼ିଛି। ଦିଲ୍ଲୀର ନିବାସୀ ସୌରଭ ଓଡ଼ିଶା ପାଇଁ ୧୧ଟି ରଣଜୀ ମ୍ୟାଚ ଖେଳିଥିବା ବେଳେ ୨ ଅର୍ଧଶତକ ସହ ୩୩୫ ରନ୍‌ ସଂଗ୍ରହ କରିଥିଲେ। ତେବେ ଚଳିତ ବର୍ଷ ବୟସ ମାମଲାରେ ସିବିଆଇଠୁ ବାରମ୍ବାର ଡାକରା ଆସିବା ପରେ ସୌରଭ ଓଡ଼ିଶା ଛାଡ଼ିବାକୁ ମନସ୍ଥ କରିଥିବା ଶୁଣାଯାଉଛି।

ସମ୍ବନ୍ଧିତ ଖବର