କ୍ରିକେଟର ମୋହମ୍ମଦ ସାମିଙ୍କ ଜୀବନରେ ଝଡ଼, ଫେସ୍‌ବୁକ୍‌ରେ ହ୍ଵାଟସ୍‌ଅପ୍‌ ସ୍କ୍ରିନ୍‌ସର୍ଟ ସେୟାର କଲେ ପତ୍ନୀ ହାସିନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମୋହମ୍ମଦ ସାମିଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ଆସିଛି। ତାଙ୍କର ପତ୍ନୀ ହାସିନ ଜହାଁ ତାଙ୍କ ଉପରେ ଗୁରୁତର ଦୋଷ ଲଦିଛନ୍ତି। ହସିନ ଜହାଁ ଏକ ଫେସ୍‌ବୁକ୍‌ ପେଜ୍‌ରେ ଅଭିଯୋଗ ସମ୍ପର୍କୀତ ଏକ ପୋଷ୍ଟ ମଧ୍ୟ କରିଛନ୍ତି, ଯେଉଁଥିରେ କି ହ୍ଵାଟସ୍‌ଅପ୍‌ର ଏକ ସ୍କ୍ରିନ୍‌ ସର୍ଟ ସେୟାର କରିଛନ୍ତି। ଏହି ସ୍କ୍ରିନ୍‌ ସର୍ଟ ଅନ୍ୟ ଏକ ଝିଅଙ୍କ ସହିତ ହୋଇଥିବା ଚାର୍ଟ ବୋଲି ଆଲୋଚନା ହେଉଛି। ଅଭିଯୋଗ ହୋଇଛି ଯେ, ସାମି ଅନ୍ୟ ଝିଅଙ୍କ ସହିତ ଅନ୍ତରଙ୍ଗ ଚାର୍ଟ କରନ୍ତି। ହାସିନଙ୍କ ଅଭିଯୋଗ ଅନୁସାରେ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ସାମି ତାଙ୍କୁ ପିଟାମରା କରିଥିଲେ। ଅନ୍ୟପକ୍ଷରେ ନିଜ ଉପରେ ଲଗାଯାଇଥିବା ଅଭିଯୋଗ ନେଇ ସାମି ଟୁଇଟ୍‌ରେ ସ୍ପଷ୍ଟ କରିଛନ୍ତି।

ମୋହମ୍ମଦ ସାମି ଟୁଇଟର୍‌ରେ ଲେଖିଛନ୍ତି, ମୁଁ ମୋ. ସାମି। ଆମର ବ୍ୟକ୍ତିଗତ ଜୀବନ ନେଇ ଯେତେ ଖବର ବାହାରୁଛି, ସବୁ ମିଛ। ଆମ ବିରୋଧରେ ଷଡ଼ଯନ୍ତ୍ର ଅଥବା ମୋତେ ବଦନାମ କରିବାକୁ ଉଦ୍ୟମ ହେଉଛି। ମୋର ଖେଳକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି।

ଏମିତି ବି ମୋହମ୍ମଦ ସାମି ଓ ତାଙ୍କର ପତ୍ନୀ ହାସିନ ଜହାଁଙ୍କ ଅତି ନିକଟତର ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିିଳିଥିବା ସୂଚନା ଅନୁସାରେ ବିଗତ ୩-୪ ମାସ ହେବ ସବୁକିଛି ଠିକ୍‌ ଚାଲି ନାହିଁ। ହାସିନ ଜାହାଁଙ୍କ ଅଭିଯୋଗ ସତ ହୋଇପାରେ। କିନ୍ତୁ ଏବାବଦରେ ହାସିନଙ୍କ ସହିତ ଯୋଗଯୋଗ ହୋଇ ପାରି ନାହିଁ। ଅନ୍ୟପକ୍ଷରେ ହାସିନଙ୍କ ଫେସବୁକ୍‌ ନିଷ୍କ୍ରିୟ ହୋଇଯାଇଛି।

ସମ୍ବନ୍ଧିତ ଖବର