କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ରହି ଟେବୁଲ ଟେନିସ୍ ଓ କ୍ରିକେଟ୍ ଖେଳି ସମୟ ବିତାଉଛନ୍ତି ଶିବ

ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଶିବ ସୁନ୍ଦର ଦାସ ମଧ୍ୟ କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ରହିଛନ୍ତି। ସଂପ୍ରତି ସେ ଓଡ଼ିଶା ନୁ‌‌େହଁ, ପଶ୍ଚିମବଙ୍ଗରେ ଅଛନ୍ତି। କୋଲକାତାସ୍ଥିତ ନିଜ ବାସଭବନରେ ଦୁଇ ପିଲା ଶିବାଂଶ (୮ ବର୍ଷ) ଓ ପ୍ରଣବୀ (୪ ବର୍ଷ) ଏବଂ ପତ୍ନୀ କ୍ରିଷ୍ଣା ଥତଲଙ୍କ ସହ ସମୟ ବିତାଉଛନ୍ତି ସେ। ଘର ଭିତରେ ରହି ବହି ପଢ଼ିବାଠାରୁ ଆରମ୍ଭ କରି ଲୂଡୁ, ‌ଟେବୁଲ ଟେନିସ୍ ଓ କ୍ରିକେଟ୍ ଖେଳିବାରେ ସମୟ କଟାଉଛନ୍ତି ଶିବଙ୍କ ପୂରା ପରିବାର। ଶିତଲ ଜଣେ ଏୟାରହୋଷ୍ଟେସ୍। ସେଥିପାଇଁ ସେ ସବୁବେଳେ ବ୍ୟସ୍ତ ରହୁଛନ୍ତି। ଶିବ ମଧ୍ୟ ନିଜ କ୍ରିକେଟ୍ ଜୀବନରୁ କ୍ବଚିତ ଅବସର ସମୟ ପାଇଛନ୍ତି। ସେଥିପାଇଁ ଉଭୟ ଏବେ ଶିବାଂଶ ଓ ପ୍ରଣବୀଙ୍କ ସହ ଏକାଠି ସମୟ କାଟି ବହୁତ ଖୁସି ଅଛନ୍ତି। ତେବେ କରୋନା ଆତଙ୍କ ନେଇ ଚିନ୍ତିତ ଅଛନ୍ତି। ତେବେ ଗୃହାବଦ୍ଧର ନିୟମ ମାନିବା ସହ ସତର୍କ, ସଚେତନ ଓ ସୁରକ୍ଷିତ ରହିବାକୁ ଶିବ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର