କ୍ରୋଏସିଆ, ସ୍ୱିଜରଲାଣ୍ଡ୍‌କୁ ଫିଫା ବିଶ୍ୱକପ୍‌ ଟିକେଟ୍‌

ମାଦ୍ରିଦ୍‌,: କ୍ରୋଏସିଆ ଓ ସ୍ୱିଜରଲାଣ୍ଡକୁ ଆସନ୍ତା ବର୍ଷ ରୁଷିଆରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଟିକେଟ୍‌ ମିଳିଯାଇଛି। ବିଶ୍ୱକପ୍‌ ଯୋଗ୍ୟତା ଲାଗି ସୋମବାର ଖେଳା ଯାଇଥିବା ଗ୍ରିସ୍‌ ବିପକ୍ଷ ଦ୍ୱିତୀୟ ଚରଣ ମୁକାବିଲାକୁ ଅମୀମାଂସିତ ରଖି କ୍ରୋଏସିଆ ଏହି ସଫଳତା ପାଇଛି। ପ୍ରଥମ ଚରଣ ଲଢ଼େଇକୁ ଏହି ଦଳ ୪-୧ ଗୋଲ୍‌ରେ ଜିତି ନେଇଥିଲା। ସେପଟେ ନର୍ଦନ ଆୟର୍ଲାଣ୍ଡ୍‌ ବିପକ୍ଷ ପ୍ରଥମ ମୁକାବିଲାକୁ ୧-୦ରେ ଜିତିଥିବା ସ୍ୱିଜରଲାଣ୍ଡ୍‌ ଗୋଲ୍‌ ଶୂନ୍ୟ ଦ୍ୱିତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖି ବିଶ୍ୱକପ୍‌ରେ ସ୍ଥାନ ପକ୍କା କରି ନେଇଛି।

ସମ୍ବନ୍ଧିତ ଖବର