ସିଏସ୍‌ ଟେନିସ୍‌: ସୋହିନୀଙ୍କୁ ଯୁଗଳ ମୁକୁଟ

ଭୁବନେଶ୍ୱର: ଓଡ଼ିଆ ଝିଆ ସୋହିନୀ ଏସ୍‌ ମହାନ୍ତି ଟେନିସ୍‌ ଚାମ୍ପିଆନ୍‌ସିପ୍‌ ସିରିଜ୍‌ (ସିଏସ୍‌) ୭ରେ ଯୁଗଳ ମୁକୁଟ ହାତେଇଛନ୍ତି। ହରିଆନାର କାର୍ନାଲରେ ଆୟୋଜିତ ଏହି ପ୍ରତିଯୋଗିତାର ବାଳିକା ୧୨ ଏବଂ ୧୪ ବର୍ଷରୁ କମ୍‌ ବର୍ଗରେ ବିଜେତା ହୋଇଛନ୍ତି। ୧୨ ବର୍ଷରୁ କମ୍‌ ବାଳିକା ଏକକ ଫାଇନାଲ୍‌ରେ ସେ ୬-୧, ୬-୨ ସେଟ୍‌ରେ ଗୋଆର ଦିୟା ଭର୍ତିସ ତାମସେଙ୍କୁ ଏବଂ ୧୪ ବର୍ଷରୁ କମ୍‌ରେ ୬-୨, ୬-୨ ସେଟ୍‌ରେ ମହାରାଷ୍ଟ୍ରର ଦାନିକା ଫର୍ନାଣ୍ଡୋଙ୍କୁ ହରାଇଥିଲେ। ତେବେ ଦିବ୍ୟା ଉଙ୍ଗ୍ରିସ୍‌ଙ୍କୁ ସାଥୀ କରି ୧୪ ବର୍ଷରୁ କମ୍‌ ବାଳିକା ଯୁଗଳରେ ସେ ୫-୭, ୬-୪, ୭-୧୦ ସେଟ୍‌ରେ ଦାନିକା ଓ ଦିୟାଙ୍କଠୁ ହରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧିତ ଖବର