୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ଆଶୁତୋଷଙ୍କୁ ୮ ଓ୍ଵିକେଟ୍‌

କଟକ-ଭୁବନେଶ୍ୱର ଫାଇନାଲ୍‌ ଶୁକ୍ରବାର

କଟକ: କଟକ-ଏ ଓ ଭୁବନେଶ୍ୱର-ଏ ମଧ୍ୟରେ ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସନ୍‌ସାଇନ୍‌ ପଡ଼ିଆରେ ଶୁକ୍ରବାର ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ଗୁରୁବାର ସେମିଫାଇନାଲ୍‌ରେ କଟକ ଦଳ ୫ ଓ୍ଵିକେଟ୍‌ରେ ସୁନ୍ଦରଗଡ଼କୁ ଏବଂ ଭୁବନେଶ୍ୱର ଦଳ ୧୪୦ ରନ୍‌ରେ ମାଲକାନଗିରିକୁ ପରାସ୍ତ କରିଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରି ସୁନ୍ଦରଗଡ଼ ୧୧୯ ରନ୍‌ କରିଥିଲା। ଜବାବରେ କଟକ ଦଳ ୩୪.୪ ଓଭରରେ ୫ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଯଜ୍ଞଜିତ ସାହୁ ଅପରାଜିତ ୪୮ ରନ୍‌ କରିଥିଲେ। ସେହିପରି ସନ୍‌ସାଇନ୍‌ ପଡ଼ିଆରେ ଆଶୁତୋଷ ସାହୁଙ୍କ ୭୬ ରନ୍‌ ସହାୟତାରେ ଭୁବନେଶ୍ୱର ୧୬୫ ରନ୍‌ କରିଥିଲା। ସୁମିତ ମିଶ୍ର ୪ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ମାଲକାନଗିରି ମାତ୍ର ୨୫ ରନ୍‌ରେ ସୀମିତ ରହିଥିଲା। ଆଶୁତୋଷ ନାୟକ ୮ ଓ୍ଵିକେଟ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର