ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮: ସ୍ୱର୍ଣ୍ଣ ପଦକ ଜିଣିଲେ ଅନିଶ ଭାନଓ୍ଵାଲ୍‌

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୬କୁ ବଢ଼ାଇଛନ୍ତି ୧୫ ବର୍ଷିୟ ଅନିଶ ଭାନ୍‌ଓ୍ଵାଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରି ବେଲ୍‌ମଣ୍ଟ୍‌ ସୁଟିଙ୍ଗ୍‌ ସେଣ୍ଟର୍‌ରେ ଭାରତର କିଶୋର ସୁଟର୍‌ ଅନିଶ ଛଅଜଣିଆ ପୁରୁଷ ୨୫ପିଏମ୍‌ ଦ୍ରୁତ ପିସ୍ତଲ୍‌ ଚାଳନା ଫାଇନାଲ୍‌ରେ ପ୍ରବେଶ କରି ସମୁଦାୟ ୫୮୦-୨୨x ସ୍କୋର୍‌ ସହ ଦ୍ୱିତୀୟ ପର୍ଯ୍ୟାୟରେ ଶୀର୍ଷକୁ ଉଠିଥିଲେ। ତା’ପରେ ଗେମ୍‌ରେ ରେକର୍ଡ ସଂଖ୍ୟକ ୩୦ ସ୍କୋର୍‌ କରି ଫାଇନାଲ୍‌ରେ ବିଜୟୀ ହୋଇଥିଲେ। ଅନିଶ ହେଉଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିଣିଥିବା ସର୍ବକନିଷ୍ଠ ଭାରତୀୟ ଖେଳାଳି।

୨୦ ବର୍ଷିୟ ଅଷ୍ଟ୍ରେଲୀୟ ସୁଟର୍‌ ସର୍ଗେଇ ଇଭଗ୍ଲେଭ୍‌ସ୍କି ଏବଂ ଇଂଲଣ୍ଡ୍‌ର ୨୮ ବର୍ଷିୟ ସାମ୍‌ ଗୋଓ୍ଵିନ୍‌ଙ୍କ ସହ କଡ଼ା ମୁକାବିଲାର ସାମନା କରି ଶୀର୍ଷରେ ପହଞ୍ଚିବାକୁ ଅନିଶଙ୍କୁ ଆଠଟି ପର୍ଯ୍ୟାୟରେ ମନଧ୍ୟାନ ଦେଇ ଅତିକ୍ରମ କରିବାକୁ ପଡ଼ିଥିଲା। ଏଥିରେ ୨୮ ସ୍କୋର୍‌ କରିଥିବା ଇଭଗ୍ଲେଭ୍‌ସ୍କି ରୌପ୍ୟ ଏବଂ ୧୭ ସ୍କୋର୍‌ ସହ ଗୋଓ୍ଵିନ୍‌ଙ୍କୁ କାଂସ୍ୟ ପଦକ ମିଳିଛି।

ସମ୍ବନ୍ଧିତ ଖବର