ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପାଇଁ ସ୍ୱର୍ଣ୍ଣିମ ଦିବସ, ଆଠ ଥର ଶୁଣାଗଲା ଜାତୀୟ ସଙ୍ଗୀତ

ଗୋଲଡ୍‌କୋଷ୍ଟ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଭାରତ ପାଇଁ ଶନିବାର ସ୍ୱର୍ଣ୍ଣିମ ଦିବସରେ ପରିଗଣିତ ହୋଇଛି। ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତୀୟ ଖେଳାଳିମାନେ ବିଭିନ୍ନ ବର୍ଗରେ ୮ଟି ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଫଳରେ ୮ ଥର ଜାତୀୟ ସଙ୍ଗୀତ ଶୁଣିବାକୁ ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତକୁ ଏପର୍ଯ୍ୟନ୍ତ ୧୭ଟି ପଦକ ମିଳିଛି। ଏଥିରେ ରୌପ୍ୟ ଓ କାଂସ୍ୟ ପଦକ ମଧ୍ୟ ସାମିଲ ଅଛି। ମେରିକମ୍‌ ଆଜି ସ୍ୱର୍ଣ୍ଣ ପଦକ ଅଭିଯାନ ଆରମ୍ଭ କରିଥିଲେ। ସେ ବକ୍ସିଙ୍ଗରେ ଭାରତ ପାଇଁ ୧୮ତମ ସ୍ୱର୍ଣ୍ଣପଦକ ଆଣିଥିଲେ। ବକ୍ସର ଗୌରବ ସୋଲଙ୍କି, ସୁଟର ସଞ୍ଜୀବ ରାଜପୁତ, କୁସ୍ତିଯୋଦ୍ଧା ସୁମିତ ମଲିକ, ଆଥଲେଟ ନୀରଜ ଚୋପ୍ରା, କୁସ୍ତିଯୋଦ୍ଧା ଭିନେଶ ଫୋଗାଟ, ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ବିକାଶ କୃଷ୍ଣା ସ୍ୱର୍ଣ୍ଣ ପଦକ ଆଣିଛନ୍ତି।

କେରିକମ୍‌ ୪୮ କିଲୋ ବର୍ଗରେ ଉତ୍ତର ଆୟାରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୨ ରେ ପରାସ୍ତ କରିଛନ୍ତି। ୫ଥର ବିଶ୍ୱ ଚମ୍ପିଅନ ମେରିକମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ପଦକ ହାସଲ କରିଛନ୍ତି।

ପୁରୁଷ ୫୦ ମିଟର ରାଇଫଲ ଥ୍ରି ପୋଜିସନରେ ସଞ୍ଜୀବ ରାଜପୁତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ସେ ୪୫୪.୫ ସ୍କୋର କରି କାନାଡାର ଗର୍ଜେଗଜ(୪୪୮.୪)ଙ୍କୁ ପରାସ୍ତ କରିଛନ୍ତି। ଇଂଲଣ୍ଡର ଡିନ୍‌ ବେଲ(୪୪୧.୨) କାଂସ୍ୟ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର