ଟେଷ୍ଟ କ୍ରିକେଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ତେବେ ସେ ଦକ୍ଷିଣ ଆଫ୍ରିକା ପାଇଁ ଏକଦିବସୀୟ ଓ ଟି୨୦ ପାଇଁ ଖେଳିବା ଜାରି ରଖିବେ । ୩୬ ବର୍ଷୀୟ ଷ୍ଟେନ ଦକ୍ଷିଣ ଆଫ୍ରିକା ପାଇଁ ୯୩ଟି ଟେଷ୍ଟ ଖେଳି ୪୩୯ଟି ଓ୍ଵିକେଟ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ଦଳ ପାଇଁ ସେ ଜଣେ ସର୍ବାକାଳୀନ ସଫଳ ଟେଷ୍ଟ ବୋଲରର ମାନ୍ୟତା ପାଇଛନ୍ତି । ଟେଷ୍ଟରେ ତାଙ୍କର ଷ୍ଟ୍ରାଇକ ରେଟ ହେଉଛି ୪୨.୧ ବଲ ପିଛା ଗୋଟିଏ ଓ୍ଵିକେଟ ।

ସମ୍ବନ୍ଧିତ ଖବର