ଅବସର ନେଲେ ଡେଭିଡ୍ ଭିଲ୍ଲା

ଟୋକିଓ : ସ୍ପେନ୍‍ର ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍ ସ୍କୋରର୍ ଡେଭିଡ୍ ଭିଲ୍ଲା ୧୯ ବର୍ଷର ପେସାଗତ ଫୁଟ୍‍ବଲ୍ ଜୀବନରେ ବିରାମ ଲଗାଇଛନ୍ତି। ସଂପ୍ରତି ଜାପାନିଜ୍ ଲିଗ୍ ଶେଷ ହେବା ପରେ ଭିସେଲ୍‌ କୋବେ ପକ୍ଷରୁ ଖେଳୁଥିବା ଏହି ସ୍ପେନ୍‌ ତାରକା ଅବସର ନେବେ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୩୭ ବର୍ଷୀୟ ଭିଲ୍ଲା ୨୦୧୭ ଅଗଷ୍ଟରେ ଅନ୍ତର୍ଜାତୀୟ ଫୁଟ୍‍ବଲ୍‍ରୁ ଅବସର ନେଇଥିଲେ। ଏଥିସହ ୯୮ ଅର୍ନ୍ତଜାତୀୟ ମ୍ୟାଚ୍‌ରୁ ୫୯ ଗୋଲ୍ କରିଥିବା ଭିଲ୍ଲା ପେସାଗତ ଫୁଟ୍‌ବଲ୍‌ରେ ସ୍ପୋର୍ଟିଂ ଗିଜନ, ଜାରାଗୋଜା, ଭାଲେନ୍‌ସିଆ, ବାର୍ସି‌ଲୋନା, ଆଟ୍‌ଲେଟିକୋ ମାଦ୍ରିଦ କ୍ଲବ୍‌ ପକ୍ଷରୁ ଖେଳିବାର ସୌଭାଗ୍ୟ ପାଇଥିଲେ। କ୍ଲବ୍‌ ଜୀବନରେ ସେ ୩ ଥର ଲେଖାଏଁ ଲା-ଲିଗା ଓ କୋପା ଡେଲ୍‌‌ ରେଜ୍‌ ଟ୍ରଫି ଧରିବାର ସଫଳତା ପାଇବା ସହ‌ ୨୦୧୧ରେ ଚାମ୍ପିଅନ୍ସ ଲିଗ୍‌ ବିଜେତା ବାର୍ସିଲୋନା ଦଳର ସଦସ୍ୟ ଏବଂ ୨୦୦୮ ୟୁରୋ ଏବଂ ୨୦୧୦ ଫିଫା ବିଶ୍ବକପ୍‌ ବିଜେତା ସ୍ପେନ୍‌ ଦଳର ସଦସ୍ୟ ମଧ୍ୟ ରହିଥିଲେ।

ସମ୍ବନ୍ଧିତ ଖବର