ବିସିସିଆଇ ଜୁନିଅର ଚୟନକାରୀ କମିଟିରେ ଭେଙ୍କଟେଶ୍ୱର ପ୍ରସାଦଙ୍କ ସ୍ଥାନରେ ଦେବାଶିଷ ମହାନ୍ତିଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କ୍ରିକେଟ ପ୍ରଶାସକ କମିଟି ଶୁକ୍ରବାର ଭାରତର ପୂର୍ବତନ ଦ୍ରୁତ ବୋଲର ଦେବାଶିଷ ମହାନ୍ତିଙ୍କୁ ଜୁନିଅର ଚୟନକାରୀ କମିଟିରେ ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି। ଜୁନିଅର କ୍ରିକେଟ ପ୍ରଶାସକ କମିଟିରେ ୫ ଜଣ ସଦସ୍ୟ ଅଛନ୍ତି। ପୂର୍ବତନ କ୍ରିକେଟର ଭେଙ୍କଟେସ୍‌ ପ୍ରସାଦଙ୍କ ସ୍ଥାନରେ ଓଡ଼ିଆ ପୁଅ ଦେବାଶିଷ ମହାନ୍ତିଙ୍କୁ ସ୍ଥାନ ମିଳିଛି। ଭେଙ୍କଟେଶ୍ୱର ପ୍ରସାଦ ଗତ ମାର୍ଚ୍ଚରେ ମୁଖ୍ୟ ଚୟନକର୍ତ୍ତା ଭାବରେ ଇସ୍ତଫା ଦେଇଥିଲେ।

ଲୋଧା କମିଟିର ନିର୍ଦ୍ଦେଶରେ ଚୟନ କମିଟିରେ ୩ ଜଣ ସଦସ୍ୟ ଥିଲେ କିନ୍ତୁ ସୁପ୍ରିମକୋର୍ଟ ଅଗଷ୍ଟ ୯ରେ କମିଟିରେ ପୂର୍ବଭଳି ୫ ଜଣିଆ ସଦସ୍ୟ ରଖିବାକୁ କହିଥିଲେ। ଜୁନିଅର କମିଟିରେ ଆଶିଷ କପୁର, ରାକେଶ ପାରିଖ, ଜ୍ଞାନେନ୍ଦ୍ର ପାଣ୍ଡେ ଓ ଅମିତ ଶର୍ମା ଅଛନ୍ତି।

ସୂଚନାଯୋଗ୍ୟ ୪୨ ବର୍ଷିଅ ଦେବାଶିଷ ମହାନ୍ତି ୨ଟି ଟେଷ୍ଟ ଓ ୪୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଟେଷ୍ଟ ମ୍ୟାଚରେ ୪୩୦ଟି ବଲ ଦେଇ କରି ୪ଟି ଓ୍ଵିକେଟ ନେଇଛନ୍ତି। ସେ ଦିନିକିଆରେ ୧୯୯୬ଟି ବଲ ଦେଇ ୫୭ଟି ଓ୍ଵିକେଟ୍‌ ନେଇଛନ୍ତି।  ଦିନିକିଆରେ ଦେବାଶିଷଙ୍କ ସର୍ବଶ୍ରେଷ୍ଠ ବୋଲିଂ ହେଉଛି ୪ ଓ୍ଵିକେଟ ନେଇ ୫୬ ରନ୍‌ ଦେଇଛନ୍ତି। ସେହିପରି ଦେବାଶିଷ ଟେଷ୍ଟ ମ୍ୟାଚରେ ୭୮ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇ ସର୍ବଶ୍ରେଷ୍ଠ ବୋଲିଂ କରିଛନ୍ତି।

 

ସମ୍ବନ୍ଧିତ ଖବର