ଦେବେନ୍ଦ୍ର ସାହୁ ଓଡ଼ିଶା କୁସ୍ତି ସ˚ଘର ଭାରପ୍ରାପ୍ତ ସମ୍ପାଦକ

କଟକ: ଓଡ଼ିଶା କୁସ୍ତି ସ˚ଘର କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଥ ସାହୁଙ୍କୁ ଭାରପ୍ରାପ୍ତ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନର ସମ୍ପାଦକ ବିନୋଦ ଦାସ ଅସୁସ୍ଥତା କାରଣରୁ ଦାୟିତ୍ବ ତୁଲାଇବାରେ ଅସମର୍ଥ ହେଉଛନ୍ତି। ତେଣୁ ସେ ସ୍ବଇଚ୍ଛାରେ ଏହି ପଦଠୁ ଦୂରେଇ ରହିବାକୁ ଚାହିଁଥିଲେ। ରାଜ୍ୟ ସ˚ଘର ପରିଚାଳନା ପରିଷଦ ବୈଠକରେ ବିନୋଦଙ୍କ ବଦଳରେ ଦେବେନ୍ଦ୍ରଙ୍କୁ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସମ୍ପାଦକ ଦାୟିତ୍ବ ନିର୍ବାହ କରିବାକୁ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ଦେବେନ୍ଦ୍ର ବର୍ତ୍ତମାନ ସର୍ବଭାରତୀୟ କୁସ୍ତି ମହାସ˚ଘର ପରିଚାଳନା ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ରାଜ୍ୟ ସ˚ଘର ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ସ˚ଘର ନୂଆ ସମ୍ପାଦକ ନିର୍ବାଚିତ ହେବେ।

ସମ୍ବନ୍ଧିତ ଖବର