ରିଷଭ ପନ୍ତଙ୍କ ଅର୍ଦ୍ଧ ଶତକ, ଦିଲ୍ଲୀ ୧୮୧/୪

ନୂଆଦିଲ୍ଲୀ : ଦିଲ୍ଲୀର ଐତିହାସିକ ଫିରୋଜଶାହା କୋଟଲା ଗ୍ରାଉଣ୍ଡଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୫ ତମ ମ୍ୟାଚରେ ଘରୋଇ ଦଳ ଦିଲ୍ଲୀ ଡେୟାରଡେଭିଲ୍ସ ୪ ଓ୍ଵିକେଟ ହରାଇ ୧୮୧ ରନ ସଂଗ୍ରହ କରିଛି । ଏହାଫଳରେ ବାଙ୍ଗାଲୋର ଆଗରେ ୧୮୨ରନର ବିଜୟ ଲକ୍ଷ୍ୟ ରହିଛି । ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ଦିଲ୍ଲୀ ନିଜର ଦୁଇ ଓପନର ପୃଥ୍ଵୀ ଶାହ ଓ ଜାସନ ରଏ ଙ୍କୁ ଶୀଘ୍ର ହରାଇଥିଲା । କିନ୍ତୁ ଶ୍ରେୟାସ ଆୟାର ଓ ରିଷଭ ପନ୍ତଙ୍କ ଲଢୁଆ ବ୍ୟାଟିଂ ଓ ଶେଷ ବେଳକୁ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ଦିଲ୍ଲୀ ୧୮୧ ରନ କରିପାରିଥିଲା । ରିଷଭ ପନ୍ତ ୩୪ ବଲରେ ୬୧ ଓ ଅଭିଷେକ ଶର୍ମା ୧୯ ବଲରେ ୪୬ ରନ ସଂଗ୍ରହ କରିଥିଲେ । ବାଙ୍ଗାଲୋର ପକ୍ଷରୁ ଯୁଜଭେନ୍ଦର ଚହଲ ୨ଟି ଓ ମୋଇନ ଅଲ୍ଲି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଚଳିତ ବର୍ଷର ଆଇପିଏଲ ବେଶ ନୈରାଶ୍ୟଜନକ ରହିଛି । ଦଳ ୧୧ଟି ମ୍ୟାଚ ଖେଳି ମାତ୍ର ୩ଟି ଜିତି ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତଳେ ରହିଛି ।

ସମ୍ବନ୍ଧିତ ଖବର