ମୁମ୍ବାଇକୁ ୧୧ ରନରେ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ : ସ୍ଥାନୀୟ ଫିରୋଜ ଶାହ କୋଟଲା ଷ୍ଟାଡିୟମଠାରେ ଚାଲିଥିବା  ଆଇପିଏଲ ୨୦୧୮ର ୫୫ତମ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୧ ରନରେ ପରାସ୍ତ କରିଛି ।  ଦିଲ୍ଲୀ ଦ୍ୱାରା ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ମୁମ୍ବାଇ ୧୯.୩ ଓଭରରେ ୧୬୩ ରନରେ ଅଲଆଉଟ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଏଭିନ ଲୁଇସ ୪୮ ରନ ଓ ବେନ କଟିଂ ୩୭ ରନ କରିଥିଲେ ।  ଦିଲ୍ଲୀ ପକ୍ଷରୁ ସଂଦୀପ ଲାମିଛାନେ ଓ ହର୍ସଲ ପଟେଲ ୩ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

ଦିଲ୍ଲୀର ଅଧିନାୟକ ଶ୍ରେୟାସ ଆୟାର ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।  ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ୩୦ ରନରେ ଓପନର ପୃଥିବୀ ଶ ଓ ୩୮ ରନରେ ଗ୍ଲେନ ମାକ୍ସେଓ୍ଵଲଙ୍କୁ ହରାଇଥିଲା । କିନ୍ତୁ ମଧ୍ୟକ୍ରମରେ ଆସିଥିବା ରିଷଭ ପନ୍ତ ଓ ବିଜୟ ଶଙ୍କର ଲଢୁଆ ବ୍ୟାଟିଂ କରିବା ସହ ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।  ପନ୍ତ ୪୪ ବଲରେ ୬୪ ଓ ଶଙ୍କର ୩୦ ବଲରେ ୪୩ ରନ କରିଥିଲେ । ଏହା ଫଳରେ ଦଳ ୪ ଓ୍ଵିକେଟ ହରାଇ ୧୭୪ ରନ ସଂଗ୍ରହ କରିପାରିଥିଲା । ଦିଲ୍ଲୀ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ ଖେଳି ୫ ବିଜୟ ସହ ୧୦  ପଏଣ୍ଟ ପାଇଛି । ମୁମ୍ବାଇ ୧୪ଟି ମ୍ୟାଚ ଖେଳି ୬ ବିଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର