ବାଙ୍ଗାଲୋର ଆଗରେ ୧୭୫ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ବାଙ୍ଗାଲୋର: ସ୍ଥାନୀୟ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ୧୯ ତମ ଲିଗ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୧୭୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ବାଙ୍ଗାଲୋର ଅଧିନାୟକ ବିରାଟ କୋହଲୀ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦିଲ୍ଲୀ ପ୍ରାରମ୍ଭରୁ ହିଁ ଦୁଇ ଓପନ ଗୌତମ ଗମ୍ଭୀର ଓ ଜାସନ ରଏଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଶ୍ରେୟାସ ଆୟାର ଓ ରିସଭ ପନ୍ଥ ସତର୍କତାର ସହ ଖେଳି ଟିମକୁ ବିପଦରୁ ଉଦ୍ଧାର କରିଥିଲେ । ରିସଭ ପନ୍ଥ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୮ ବଲରେ ୮୫ ରନ କରି ଆଣ୍ଡରସନଙ୍କ ବଲରେ ଡିଭିଲିୟର୍ସଙ୍କ ହାତରେ ଧରା ପଡିଥିଲେ । ଶ୍ରେୟସ ଆୟାର ୩୧ ବଲରେ ୫୨ ରନ କରିଥିଲେ । ତେବେ ଏହି ଭାଗିଦାରୀ ଭାଙ୍ଗିବା ପରେ ପୁଣି ଥରେ ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବାଙ୍ଗାଲୋର ତରଫରୁ ୟୁଜବେନ୍ଦ୍ର ଚହଳ ୨୨ ରନ ଦେଇ ୨ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର