ଦିଲ୍ଲୀର ଟେଷ୍ଟ୍‍ ଭବିଷ୍ୟତ ନେଇ ଆଶଙ୍କା

ନୂଆଦିଲ୍ଲୀର ଫିରୋଜ ସାହା କୋଟଲାରେ ଭବିଷ୍ୟତ ଟେଷ୍ଟ୍‍ ମ୍ୟାଚ୍‌ ଆୟୋଜନ ଏବେ ଆଶଙ୍କା ଭିତରକୁ ଚାଲିଯାଇଛି। ବିଶେଷ କରି ବର୍ଷର ଏହି ସମୟରେ ଅର୍ଥାତ୍‌ ଶୀତ ଋତୁ ସମୟରେ ମ୍ୟାଚ୍‌ କରାଇବା ନେଇ ବିଚାର କରାଯିବ ବୋଲି କହିଛନ୍ତି ବିସିସିଆଇର କାମଚଳା ସମ୍ପାଦକ ଅମିତାଭ ଚୌଧୁରୀ। ପ୍ରଦୂଷଣ ପ୍ରସଙ୍ଗ ବର୍ଷ ବର୍ଷ ଧରି ଚାଲିଛି। କାକର ଓ ଧୂଆଁ ସମସ୍ୟା ନେଇ ଆମେ ଅବଗତ ଅଛୁ। ଏ କ୍ଷେତ୍ରରେ କାମ କରୁଥିବା ସଂସ୍ଥା ସେମାନଙ୍କ ଦାୟିତ୍ୱ ଦେଖିବେ ବୋଲି ଅମିତାଭ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଦିଲ୍ଲୀର କିଛି ଭାଗରେ ପ୍ରଦୂଷଣ ମାତ୍ରା ୫୦୦ ପାଖାପାଖି ହେବାରୁ ସରକାର ବିଦ୍ୟାଳୟ ଗୁଡ଼ିକ ବନ୍ଦ କରିଥିଲେ। ଗତବର୍ଷ ମଧ୍ୟ ୨ଟି ରଣଜୀ ମ୍ୟାଚ୍‌ ଏହି କାରଣରୁ ବାତିଲ ହୋଇଥିଲା।

ସମ୍ବନ୍ଧିତ ଖବର