ଆଇପିଏଲ୍‌: କୋଲକାତାକୁ ୭ ଓ୍ଵିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍‌

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ର ୨୬ତମ ମ୍ୟାଚରେ ଶୁକ୍ରବାର ଶିଖର ଧ୍ୱାଓ୍ଵନଙ୍କ ଦମ୍‌ଦାର ୯୭ ରନ୍‌ର ପାଳି ଦିଲ୍ଲୀ କ୍ୟାପିଟାଲସ୍‌କୁ ବିଜୟ ଦେଇଛି । ଦିଲ୍ଲୀ ପକ୍ଷରୁ ଶିଖର ଧ୍ୱାଓ୍ଵନ ୯୭ରନ୍‌ (୬୩ ବଲ୍‌ ୧୧ ଚଉକା ୨ ଛକା) କରିଥିବା ବେଳେ ରିଷଭ ପନ୍ତ୍‌ ୪୬ରନ୍‌ (୩୧ ବଲ୍‌ ୪ଚଉକା ୨ ଛକା) କରିଥିଲେ । ଫଳରେ ୧୭୯ ରନ୍‌ ଲକ୍ଷ୍ୟକୁ ୧୮.୫ ଓଭରେ ୩ ଓ୍ଵିକେଟ ହରାଇ ପୁରା କରିଥିଲା ଦିଲ୍ଲୀ କ୍ୟାପିଟାଲସ୍‌ । ଏହି ବିଜୟ ସହ ୮ ପଏଣ୍ଟ ହାସଲ କରି ଟେବୁଲ ତାଲିକାରେ ୪ର୍ଥ ସ୍ଥାନରେ ରହିଛି ଦିଲ୍ଳୀ କ୍ୟାପିଟାଲସ୍‌ ।

ସ୍କୋର ୩୨ ରନରେ ପୃଥ୍ଵୀ ସ ଆଉଟ୍‌ ହୋଇଥିଲେ। ସେ ପ୍ରଦୀଶ କ୍ରିଷ୍ଣାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ଏହା ପୂର୍ବରୁ ପୃଥ୍ଵୀ ୭ଟି ବଲ ଖେଳି ୧୪ ରନ୍‌ କରିଥିଲେ। ଏଥିରେ ୨ଟି ଛକା ସାମିଲ ଥିଲା। ସେହିପରି ଦିଲ୍ଲୀ ଦ୍ୱିତୀୟ ଓ୍ଵିକେଟ ଭାବରେ ଶ୍ରେୟସ ଆୟାର (୬ ରନ)ଙ୍କୁ ହରାଇଥିଲା। ଦଳୀୟ ସ୍କୋର ୫୭ ରନ୍‌ରେ ଆନ୍ଦ୍ରେ ରସେଲଙ୍କ ବଲରେ ଆୟାର ଆଉଟ୍‌ ହୋଇଥିଲେ। ୧୦ ଓଭର ସମାପ୍ତି ବେଳକୁ କୋଲକାତା ୮୯ ରନ୍‌ କରିଥିଲା।

ପ୍ରଥମ ଇନିଂସରେ ଶୁଭମନ ଗିଲ୍‌ଙ୍କ ଅର୍ଦ୍ଧଶତକ (୬୫ ରନ୍‌, ୩୯ ବଲ, ୭ ଚୌକା, ୨ ଛକା) ଓ ଆନ୍ଦ୍ରେ ରସଲଙ୍କ ବିସ୍ଫୋରକ ବ୍ୟାଟିଂ (୨୧ ବଲ୍‌ରୁ ୪୫ ରନ୍‌) ବଳରେ କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୮ ରନ୍‌ କରିଥିଲା। ଫଳରେ ଦିଲ୍ଲୀକୁ ୧୭୯ ରନ୍‌ ଟାର୍ଗେଟ ମିଳିଥିଲା। ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଐତିହାସିକ ଇଡେନ୍‌ ଗାର୍ଡେନରେ କୋଲକାତା ଇନିଂସର ପ୍ରଥମ ବଲରେ ଓ୍ଵିକେଟ ହରାଇଥିଲା। ମାତ୍ର ଦ୍ୱିତୀୟ ଓ୍ଵିକେଟ ବେଳକୁ ୮.୪ ଓଭରରେ ୬୩ ରନ୍‌ କରିଥିଲା। ସେହିପିର ୩ୟ ଓ୍ଵିକେଟରେ କୋଲକାତା ୩୦ ରନ୍‌ ସଂଗ୍ରହ କରିଥିଲା। କୋଲକାତା ପ୍ରଥମ ଓ୍ଵିକେଟ ଭାବରେ ଜୋଏ ଡେନଲି, ଦ୍ୱିତୀୟ ଓ୍ଵିକେଟରେ ରବିନ ଉଥାପା ଓ ୩ୟ ଓ୍ଵିକେଟରେ ନୀତିଶ ରାଣା ଆଉଟ୍‌ ହୋଇଥିଲେ।

ଦିଲ୍ଲୀ ୪ର୍ଥ ଓ୍ଵିକେଟ ଭାବରେ ସ୍କୋର ୧୧୫ ରନ୍‌ରେ ଶୁଭମନ ଗିଲ, ୫ମ ଓ୍ଵିକେଟ ୧୨୨ ରନ୍‌ରେ ଭାବରେ ଦିନେଶ କାର୍ତ୍ତିକ, ୬ଷ୍ଠ ଓ୍ଵିକେଟରେ ୧୬୧ ରନ୍‌ରେ ରସଲ ଆଉଟ୍‌ ହୋଇଥିଲେ। ସ୍କୋର ୧୭୧ ରନ୍‌ରେ ୭ମ ଓ୍ଵିକେଟର ବିପର୍ଯ୍ୟୟ ଘଟିଥିଲା। କ୍ରିସ ମୋରିସ, କାଗିସୋ ରାବାଡା, କିମୋ ପଲ ୨-୨ ଓ୍ଵିକେଟ ନେଇଥିବା ବେଳେ ଈଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ ନେଇଥିଲେ।
IPL:

ସମ୍ବନ୍ଧିତ ଖବର