ଫ୍ରାନ୍ସ ଓ ଡେନମାର୍କ ମ୍ୟାଚ ଡ୍ର , ଅଷ୍ଟ୍ରେଲିଆକୁ ୨-୦ରେ ହରାଇଲା ପେରୁ

ମସ୍କୋ : ବିଶ୍ୱକପ ଫୁଟବଲର ଗ୍ରୁପ-ସିର ଏକ ମ୍ୟାଚରେ ପେରୁ ଅଷ୍ଟ୍ରେଲିଆକୁ ୨-୦ ଗୋଲରେ ପରାସ୍ତ କରିଛି । ପେରୁ ପକ୍ଷରୁ କାରିଲୋ ପ୍ରଥମ ଗୋଲ ଦେଇଥିବାବେଳେ ଗୁଏରେରୋ ୨ୟ ଗୋଲ ଦେଇଥିଲେ । ତେବେ ଏହି ବିଜୟ ସତ୍ତ୍ୱେ ଉଭୟ ଦଳ ବିଶ୍ୱକପରୁ ବିଦା ହୋଇଯାଇଛନ୍ତି । କାରଣ ଏହି ଗ୍ରୁପରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ଫ୍ରାନ୍ସ ଓ ଡେନମାର୍କ ନକଆଉଟ ପର୍ଯ୍ୟାୟକୁ ଯାଇଛନ୍ତି ।

ଆଜି ଫ୍ରାନ୍ସ ଓ ଡେନମାର୍କ ମଧ୍ୟରେ ଖେଳାଯାଇଥିବା ଗ୍ରୁପ-ସିର ଅନ୍ୟ ଏକ ମ୍ୟାଚ ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ । ଏହା ହେଉଛି ଚଳିତ ବିଶ୍ୱକପର ପ୍ରଥମ ଗୋଲଶୂନ୍ୟ ଡ୍ର । ଏହା ସତ୍ତ୍ୱେ ଉଭୟ ଦଳ ନକଆଉଟକୁ ଯାଇଛନ୍ତି ।
ଆଜି ବିଳମ୍ବିତ ରାତିରେ ଗ୍ରୁପ-ଡିର ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଆଇସଲ୍ୟାଣ୍ଡ କ୍ରୋଏସିଆକୁ ଓ ଦ୍ୱିତୀୟ ମ୍ୟାଚରେ ନାଇଜେରିଆ ଆର୍ଜେଣ୍ଟିନାକୁ ଭେଟିବ ।

ସମ୍ବନ୍ଧିତ ଖବର