ବିଶ୍ୱକପ୍‌ ପୂର୍ବରୁ ଏହି ଖେଳାଳିଙ୍କ ପାଖରେ ନିଜକୁ ପ୍ରମାଣିତ କରିବାକୁ ଅଛି ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଘରୋଇ ଦିନିକିଆ ଟୁର୍ଣ୍ଣାମେଣ୍ଟ ‘ଦେଓଧର ଟ୍ରଫି’ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ପଡ଼ିଆକୁ ଓହ୍ଲାଇଛନ୍ତି। ଫିରୋଜଶାହ କୋଟଲା ଷ୍ଟାଡିୟମରେ ଇଣ୍ଡିଆ-ଏ ସହିତ ଇଣ୍ଡିଆ-ବି ଖେଳିଛି।

ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଖେଳାଳି ଅଛନ୍ତିି, ଯେଉଁମାନେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ୩ଟି ମ୍ୟାଚରେ ପ୍ରବେଶ କରିବା ଲାଗି ଆଶା ରଖିଛନ୍ତି। ଏହା ପୂର୍ବରୁ ଆଶାୟୀ ଖେଳାଳିଙ୍କୁ ଦେଓଧର ଟ୍ରଫିରେ ନିଜକୁ ପ୍ରମାଣିତ କରିବାକୁ ହେବ। ବିଶ୍ୱକପ୍‌ ୨୦୧୯ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳି ଚୟନକାରୀଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବାକ ପଡ଼ିବ।

ଟିମ୍‌ ‘ଇଣ୍ଡିଆ-ଏ’ର ଦାୟିତ୍ୱ ଅଭିଜ୍ଞତା ସଂପନ୍ନ ଓ୍ଵିକେଟ୍‌କିପର ଦିନେଶ କାର୍ତ୍ତିକଙ୍କ ହାତରେ ନ୍ୟସ୍ତ ଥିବା ବେଳେ ‘ଇଣ୍ଡିଆ-ବି’ ନେତୃତ୍ୱ ନେଇଛନ୍ତି, ବିଜୟ ହଜାରେ ଟ୍ରଫିରେ ଦଳକୁ ଚାମ୍ପିୟନ ଦେଇଥିବା ଅଧିନାୟକ ଶ୍ରେୟସ ଆୟାର। ବିସିସିଆଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଦିନିକିଆ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି।

ଇଣ୍ଡିଆ-ଏ: ଦିନେଶ କାର୍ତ୍ତିକ (ଅଧିନାୟକ/ଓ୍ଵିକେଟକିପର), ପୃଥ୍ଵୀ ସ, ଅନମୋଲପ୍ରିତ ସିଂହ, ଅମିତାଭ ଈଶ୍ୱରନ୍‌, ଅଙ୍କିତ ବବାନେ, ନୀତିଶ ରାଣା, କରୁଣ ନାୟାର, କୃଣାଲ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଶ୍ରେୟସ ଗୋପାଳ, ଶ୍ୟାମସ୍‌ ମୁଲାନୀ, ମହମ୍ମଦ ସିରାଜ, ଧବଳ କୁଲକର୍ଣ୍ଣି, ସିଦ୍ଧାର୍ଥ କାଉଲ।

ଇଣ୍ଡିଆ-ବି: ଶେୟସ ଆୟାର (ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ରିତୁରାଜ ଗାୟକଓ୍ଵାଡ, ପିଏସ୍‌. ଚୋପ୍ରା, ହନୁମା ବିହାରୀ, ମନୋଜ ତିଓ୍ଵାରୀ, ଅଙ୍କୁଶ ବେସ (ଓ୍ଵିକେଟକିପର)ଳ ରୋହିତ ରାୟଡୁ, କୃଷ୍ଣାପା ଗୌତମ, ମୟଙ୍କ ମାର୍କଣ୍ଡେୟ, ଶାହବାଜ ନଦୀମ, ଦୀପକ ଚାହର, ବରୁଣ ଆରୋନ, ଜୟଦେବ ଉନାଦକଟ।

ସମ୍ବନ୍ଧିତ ଖବର