ଧାୱନ ଓ ଆୟରଙ୍କୁ ଭଲ ଖେଳିବାକୁ ହେବ

ହର୍ଷ ଭୋଗଲେ

ପରିସ୍ଥିତି ଓ ପରିବେଶ ଅନୁସାରେ ଦିଲ୍ଲୀ ଦଳ ଚୟନ କରିନଥିଲା। ଏପରିକି ଘରୋଇ ୱିକେଟ୍‌ ଏହି ଦଳକୁ ସୁହାଇବା ଭଳି ରହିନାହିଁ। ଏହା ଏଭଳି ଏକ ବିରଳ ଦଳ ଯିଏ ରାସ୍ତାରେ ଖୁସି ଏବଂ ବିରଳ ବ୍ୟକ୍ତି ଯିଏ ଘରକୁ ଫେରିବାକୁ ନାରାଜ। ଏହି ଦଳକୁ ଆଉ ୩ ବିଜୟ ଆବଶ୍ୟକ। ପରବର୍ତୀ ୫ରୁ ବି ଦଳ ହାତରେ ୩ ଘରୋଇ ମ୍ୟାଚ୍‌ ରହିଛି। ଘରୋଇ ପରିବେଶରେ ଦେଖାଦେଉଥିବା ସମସ୍ୟାର ତୁରନ୍ତ ସମାଧାନ ବାଟ କାଢ଼ିବାକୁ ହେବ। ମୁମ୍ବାଇ ଜୟନ୍ତ ଯାଦବଙ୍କୁ ଚୟନ କରିବା ଭଳି ଅଧିକ ସ୍ପିନର ବାଛିବା ସହଜ କାମ, କିନ୍ତୁ କ୍ୟାପିଟାଲ୍ସ ବ୍ୟାଟସମ୍ୟାନଙ୍କୁ ଅଧିକ ରନ୍‌ କରିବାକୁ ପଡ଼ିବ। ୨୦ ଓଭର ବ୍ୟାଟିଂ କରିବା ପରେ ୪୦ ରନ୍‌ରେ ହାରିବା ଭଳି ପ୍ରଦର୍ଶନ ଚଳିବ ନାହିଁ। ଶିଖର ଧାୱନ ଏବଂ ଶ୍ରେୟସ ଆୟରଙ୍କ ଭଳି ‌ବ୍ୟାଟସମ୍ୟାନ୍‌ ଏଭଳି ପରିସ୍ଥିତିରେ ଭଲ ଖେଳିବା ଦକ୍ଷତା ରଖିଥିବାରୁ ବାଟ କଢ଼ାଇନେବା ଉଚିତ୍‌।

ଦିଲ୍ଲୀ ଏବେ ଭାଗ୍ୟବଶତଃ ପଏଣ୍ଟ ଟେବୁଲ୍‌ରେ ଭଲ ସ୍ଥିତିରେ ଥିବାରୁ ଆସନ୍ତା ସପ୍ତାହରେ ପରିସ୍ଥିତି ଅନୁସାରେ ଖେଳିବାକୁ ହେବ। ପଞ୍ଜାବ ଜିତିଗଲେ ୧୨ ପଏଣ୍ଟରେ ପହଞ୍ଚିଯିବ। ଦଳ ଏଭଳି ସ୍ଥିତିରେ ପହଞ୍ଚିବ ବୋଲି ମଧ୍ୟ ଅନେକ ଆଶା କରିନଥିଲେ। କ୍ରିସ୍ ଗେଲ୍ ପ୍ରତିପକ୍ଷ ଦଳରେ ଥିଲେ ବି ଭଲ ଟ୍ରାକ୍ ମିଳିଲେ ଦିଲ୍ଲୀ କ୍ୟାପିଟାଲ୍‌ସ ନିଶ୍ଚିତ ଭଲ ଖେଳିବ। ବିସ୍ତୃତ କୌଶଳ ଏବଂ ଭଲ ଗ୍ରାଉଣ୍ଡସମ୍ୟାନ୍‌ ମଧ୍ୟ ଦଳକୁ ଆବଶ୍ୟକ ରହିଛି। ଡେଥ୍ ଓଭର ଗୁଡ଼ିକରେ ଅକ୍ଷର ପଟେଲ୍ କିମ୍ବା କ୍ରିସ୍‌ ମୋରିସଙ୍କୁ ମୁକ୍ତ ଭାବେ ଖେଳିବାର ଆବଶ୍ୟକତା ମଧ୍ୟ ରହିଛି। ଗୁରୁବାର ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଫରକ ଆଣିଥିଲେ ହାର୍ଦିକ ପାଣ୍ଡ୍ୟା। ତାଙ୍କ ସରଳ ବ୍ୟାଟିଂ ପ୍ରକ୍ରିୟା ଏବଂ ଅଞ୍ଚଳ ବି ମୋତେ ଆଶ୍ବସ୍ତ କରିଛି। ଦିଲ୍ଲୀର ବ୍ୟାଟିଂ କିନ୍ତୁ ୬ ନମ୍ବର ତଳକୁ ଖୁବ୍ କମ୍‌ ଗଭୀରତା ରଖିଛି।

ସମ୍ବନ୍ଧିତ ଖବର