ଦୁବାଇରେ ଅଟକିଲେ ଧାଓ୍ଵନ ପରିବାର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳର ସଦସ୍ୟ ଶିଖର ଧାଓ୍ଵନଙ୍କ ପରିବାରକୁ ଦୁବାଇ ବିମାନ ବନ୍ଦରରେ ହଟହଟା ହେବାକୁ ପଡ଼ିଛି। ଧାଓ୍ଵନ ତାଙ୍କ ଦୁଇ ପିଲାଙ୍କ ଜନ୍ମ ପ୍ରମାଣପତ୍ର ଏବଂ ଅନ୍ୟ କିଛି କାଗଜପତ୍ର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଖାଇ ନ ପାରିବାରୁ ଏଭଳି ଅସୁବିଧାରେ ପଡ଼ିଥିଲେ। ପରିବାର ସଦସ୍ୟଙ୍କୁ ଛାଡ଼ି ସେ ଦକ୍ଷିଣ ଆଫ୍ରିକା ପହଞ୍ଚିବା ପରେ ସାମାଜିକ ଗଣମାଧ୍ୟମରେ ଏହାକୁ ସମାଲୋଚନା କରିଛନ୍ତି। ଏମିରେଟ୍‌ସ କର୍ମକର୍ତାଙ୍କ ଅଣପେସାଦାର ମନୋଭାବକୁ ସେ କଡ଼ା ଭାଷାରେ ଗାଳି ଦେଇଥିଲେ। ଉକ୍ତ କାଗଜପତ୍ର ପହଞ୍ଚିବା ପର୍ଯ୍ୟନ୍ତ ଦୁବାଇ ବିମାନବନ୍ଦରରେ ତାଙ୍କ ପତ୍ନୀ ଓ ଦୁଇ ପିଲା ଅଟକି ରହିଛନ୍ତି। ଆମେ ମୁମ୍ବାଇରୁ ବିମାନ ଧରିବା ବେଳେ ଏଭଳି ସମସ୍ୟା ଆସି ନ ଥିଲା। ଏମିରେଟ୍‌ସ କର୍ମଚାରୀଙ୍କ ରୁକ୍ଷ ବ୍ୟବହାରର କିଛି କାରଣ ନ ଥିଲା ବୋଲି ଧାଓ୍ଵନ ନିଜ ଟ୍ଵିଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍‍ ଜାନୁଆରି ୫ରୁ ଆରମ୍ଭ ହେଉଛି।
ଧାଓ୍ଵନ କେପ୍‌ଟାଉନ୍‌ରେ ଆରମ୍ଭ ହେବାକୁଥିବା ଏହି ଟେଷ୍ଟ୍‍ ଖେଳିବା ନେଇ ଆଶଙ୍କା ଉପୁଜିଛି। ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଥିବାରୁ ପ୍ରଥମ ଟେଷ୍ଟ୍‍ ଖେଳିବା ନେଇ ସନ୍ଦେହ ରହିଛି।

ସମ୍ବନ୍ଧିତ ଖବର