ଧାଓ୍ଵନ୍‌ଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା

ଦୁବାଇ: ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାଓ୍ଵନ୍‌ଙ୍କୁ ମିଳିଛି ଜୀବନର ସର୍ବଶ୍ରେଷ୍ଠ ଟେଷ୍ଟ ମାନ୍ୟତା। ଆଫ୍‌ଗାନିସ୍ତାନ ବିପକ୍ଷ ଐତିହାସିକ ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ପାଳିରେ ଶତକ (୧୦୭) ହାସଲ କରି ପ୍ରଥମ ଭାରତୀୟ ଭାବେ ପ୍ରଥମ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ତିନି ଅଙ୍କ ଟପିଥିବା ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଏକାବେଳକେ ୧୦ ସ୍ଥାନ ଲମ୍ଫ ଦେଇ ୨୪ରେ ପହଞ୍ଚିଯାଇଛନ୍ତି। ଯାହାକି ଧାଓ୍ଵନ୍‌ଙ୍କ ଟେଷ୍ଟ ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା ହୋଇଛି। ମୁରଲି ବିଜୟ ଏବଂ ରବୀନ୍ଦ୍ର ଜାଦେଜା ମଧ୍ୟ ଆଇସିସି ମାନ୍ୟତାରେ ଲମ୍ଫ ମାରିଛନ୍ତି। ବିଜୟ ୬ ସ୍ଥାନ ଲମ୍ଫ ଦେଇ ୨୩କୁ ଉଠିଥିଲା ବେଳେ ଜାଦେଜା ବୋଲରଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ ଉଠି ତୃତୀୟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର