ଶ୍ରୀଲଙ୍କା ଖେଳାଳିଙ୍କୁ ଧାଓ୍ଵନଙ୍କ ସମର୍ଥନ

ଶ୍ରୀଲଙ୍କାର ବାୟୁ ପ୍ରଦୂଷଣ ଅସନ୍ତୋଷକୁ କିନ୍ତୁ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ଵନ ସମର୍ଥନ କରିଛନ୍ତି। ଶ୍ରୀଲଙ୍କା ଖେଳାଳିଙ୍କ ଅସନ୍ତୋଷରେ ବାସ୍ତବତା ରହିଛି ବୋଲି କହିଛନ୍ତି ଦିଲ୍ଲୀ ନିବାସୀ ଶିଖର ଧାଓ୍ଵନ। ଦ୍ୱିତୀୟ ଦିବସରେ ଶ୍ରୀଲଙ୍କା ଖେଳାଳିଙ୍କ ନାଟକୀୟ ବିରୋଧକୁ ଭାରତୀୟ ଦଳ ବୋଲିଂ ପ୍ରଶିକ୍ଷକ ବି ଅରୁଣ ନାପସନ୍ଦ କରିଥିଲେ। କିନ୍ତୁ ପରବର୍ତୀ ଦିନ ମହମ୍ମଦ ସାମି ଏହାକୁ ପରୋକ୍ଷରେ ସମର୍ଥନ କରିଥିଲେ। ଭାରତୀୟମାନେ ବାୟୁ ପ୍ରଦୂଷଣ ସହ ଅଭ୍ୟସ୍ତ। କିନ୍ତୁ ଦିଲ୍ଲୀର ମାତ୍ରା ଏତେ ଖରାପ ନ ଥିଲା ବୋଲି ସେ ଚଳେଇ କହିଥିଲେ। ଏବେ ଶିଖର ଧାଓ୍ଵନଙ୍କ ଯୁକ୍ତି ମଧ୍ୟ ପ୍ରସଙ୍ଗର ଗମ୍ଭୀରତାକୁ ବଢ଼ାଇ ଦେଇଛି। ଶ୍ରୀଲଙ୍କାରେ ବହୁ ବେଳାଭୂମୀ ଥିବାରୁ ପ୍ରଦୂଷଣ ମାତ୍ରା କମ୍‌। ସେହି ତୁଳନାରେ ସେମାନେ ଅଧିକ ଅସୁବିଧାରେ ପଡ଼ିଥାଇ ପାରନ୍ତି ବୋଲି ଧାଓ୍ଵନ କହିଛନ୍ତି। ଏହାକୁ ଆମେ ଲୁଚାଇ ପାରିବା ନାହିଁ। ବରଂ ଏ କ୍ଷେତ୍ରରେ ଥିବା ଦାୟିତ୍ୱ ତୁଲାଇବାର ବେଳ ଆସିଛି ବୋଲି ଧାଓ୍ଵନ କହିଥିଲେ।

ସମ୍ବନ୍ଧିତ ଖବର