ଶେଷ ୧୦ ଓଭର ପାଇଁ ଧୋନି, ପାଣ୍ତ୍ୟା ସବୁଠୁ ଯୋଗ୍ୟ: ମାନସ

କଟକ: ବିଶ୍ବକପ୍‌ ପାଇଁ ସମସ୍ତ ଦଳ ସନ୍ତୁଳିତ ଅଛନ୍ତି। କାହାକୁ କମ୍‌ ବୋଲି ଭାବିବା ଠିକ୍‌ ହେବନି। ପ୍ରତ୍ୟେକ ମ୍ୟାଚ୍‌ରେ ଭଲ ଲଢ଼େଇ ଦେଖିବାକୁ ମିଳିବ। ଇ˚ଲଣ୍ଡର ପିଚ୍‌ ମଧ୍ୟ ଉଭୟ ବ୍ୟାଟି˚ ଓ ବୋଲି˚କୁ ସୁହାଇବ। ତେଣୁ କିଏ ଭଲ କରିବ କିମ୍ବା କିଏ ଖରାପ କରିବ ତାହା ଅନୁମାନ କରିବା ଅସମ୍ଭବ ବୋଲି ଓଡ଼ିଶା ରଣଜୀ ଦଳର ପୂର୍ବତନ ପ୍ରଶିକ୍ଷକ ମାନସ ରାଏ କହିଛନ୍ତି। ଇ˚ଲଣ୍ଡ ପରିବେଶରେ ଭାରତ ଭଲ ପ୍ରଦର୍ଶନ କରିବ। କିନ୍ତୁ ଭାରତ ଅପେକ୍ଷା ଇ˚ଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଲ ପ୍ରଦର୍ଶନ କରିପାରନ୍ତି। କାରଣ ସେମାନେ ସମାନ ଧରଣର ପରିବେଶରେ ଖେଳି ଆସୁଛନ୍ତି। ସେଠାକାର ପାଣିପାଗ ସହିତ ସେମାନେ ଓତଃପ୍ରୋତଃ ଭାବେ ଜଡ଼ିତ। ସେମାନଙ୍କ ବୋଲି˚ ଆକ୍ରମଣ ବହୁତ ଭଲ। ଇ˚ଲଣ୍ଡରେ ବଲ୍‌ ଅଧିକ ସୁଇ˚ କରିବ। ତେଣୁ ନୂଆ ବଲ୍‌ ବ୍ୟାଟ୍ସମ୍ୟାନଙ୍କୁ ଆରମ୍ଭରୁ କିଛିଟା ସମସ୍ୟାରେ ପକାଇପାରେ। ତେଣୁ ଏଭଳି ସ୍ଥିତିରେ ଭାରତକୁ ଭଲ ଖେଳିବାକୁ ହେଲେ ଵାର୍ମ ଅପ୍‌ ମ୍ୟାଚ୍‌ଗୁଡିକରୁ ନିଜକୁ ସେଠାକାର ସ୍ଥିତି ସହ ଖାପଖୁଆଇବାକୁ ପଡ଼ିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ଵାର୍ମ ଅପ୍‌ ମ୍ୟାଚ୍‌ରେ ପରାଜିତ ହେବା ପରେ କେହି ନିରାଶ ହେବା ଠିକ୍‌ ନୁହେଁ। କାରଣ ଭିନ୍ନ ପରିବେଶରେ ସେଟ୍‌ ହେବା ପାଇଁ ସମସ୍ତଙ୍କୁ କିଛି ସମୟ ଦରକାର ହୁଏ। ତେଣୁ ଭାରତ ଦ୍ବିତୀୟ ଵାର୍ମ ଅପ୍‌ ପରେ ମ୍ୟାଚ୍‌ ଖେଳିବାକୁ ଫିଟ୍‌ ହୋଇଯିବ ବୋଲି ମାନସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଭାରତର ସ୍ପିନରମାନେ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବେ। କୁଲଦୀପ, ଚହଲ, ଜାଦେଜା ବର୍ତ୍ତମାନ ବିଶ୍ବକପ୍‌ର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଗଣା ହେଉଛନ୍ତି। ଯଦିଓ ଇ˚ଲଣ୍ଡରେ ବଲ୍‌ ଅଧିକ ଟର୍ଣ୍ଣ କରିବନି ତଥାପି ଭଲ ଗତି ମିଳିଯିବ। ମ୍ୟାଚ୍‌ରେ ଟିକେ ସହଯୋଗ ମିଳିଲେ ଏମାନେ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇପାରିବେ। ଦ୍ରୁତ ବୋଲରଙ୍କ ମଧ୍ୟରେ ବୁମ୍‌ରା ପ୍ରଭାବୀ ହୋଇପାରିବେ। ବୁମ୍‌ରାଙ୍କ ବଲ୍‌ରେ ସୁଇ˚ ସହ ଗତି ମଧ୍ୟ ଅଛି। ଯାହାକି ଇ˚ଲଣ୍ଡ ପିଚ୍‌ରେ ବେଶ୍‌ ସହାୟକ ହେବ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଭଲ କରିପାରିବେ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଥମେ ମାନସିକ ରଣନୀତି ପ୍ରସ୍ତୁତ କରିବାକୁ ହେବ। ଦଳର ବ୍ୟାଟି˚ କ୍ରମ ବହୁତ ଭଲ। ପ୍ରାରମ୍ଭିକ ଯୋଡି ଯଦି ୧୫ କିମ୍ବା ୨୦ ଓଭର ପର୍ଯ୍ୟନ୍ତ ବ୍ୟାଟି˚ କରେ ତାହେଲେ ମଧ୍ୟକ୍ରମରେ କୋହଲି, ରାହୁଲ କିଛି ସମୟ ପାଇଁ ଚାପମୁକ୍ତ ଭାବେ ଖେଳିପାରିବେ। ଶେଷ ୧୦ ଓଭର ପାଇଁ ପାଣ୍ଡ୍ୟା ଓ ଧୋନି ସବୁଠୁ ଯୋଗ୍ୟ। ଏଥିସହିତ ବିଜୟ ଶଙ୍କର, ଜାଦେଜା ମଧ୍ୟ ବଡ଼ ସଟ୍‌ ମାରିପାରିବେ। ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ୍‌ ସୁବଠୁ ଗୁରୁତ୍ବପୂର୍ଣ୍ଣ। ଉଭୟ ଦଳଙ୍କ ପାଇଁ ଏହା ସମ୍ମାନର ମ୍ୟାଚ୍‌। ତଥାପି ଭାରତ ମ୍ୟାଚ୍‌ରେ ବିଜୟୀ ହେବା ପାଇଁ ଅଧିକ ଦାବିଦାର। ମାନସିକ ଭାବେ ଉଭୟ ଦଳର ଖେଳାଳିମାନେ ଚାପରେ ରହିବେ। ତଥାପି ଭାରତୀୟ ଖେଳାଳିମାନେ ପରିପକ୍ବ ଥିବାରୁ ସବୁ ଚାପକୁ ସମ୍ଭାଳିନେବେ ବୋଲି ମାନସ କହିଛନ୍ତି।

ସମ୍ବନ୍ଧିତ ଖବର