ଖଲିଲଙ୍କ ଉପରେ ବର୍ଷିଲେ ଧୋନି

ଆଡିଲେଡ୍ ଦିନିକିଆରେ ମହେନ୍ଦ୍ର ସିଂହ‌ ଧୋନିଙ୍କ ଦାୟିତ୍ବବାନ ବ୍ୟାଟିଂ ସହ ତାଙ୍କ ଉଗ୍ର ରୂପ ମଧ୍ୟ ଦେଖିବାକୁ ମିଳିଥିଲା। ସବୁବେଳେ ଶାନ୍ତ ରହୁଥିବା ଧୋନି ହଠାତ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ସଂରକ୍ଷିତ ଖେଳାଳି ଖଲିଲ ଅହମ୍ମଦ ପିଚ୍ ଉପରେ ଚାଲିବା ନେଇ ପଡ଼ିଆ ଭିତରେ ହିଁ ତାଙ୍କୁ ଧୋନି ଗାଳି କରୁଥିବା ଦେଖିବାକୁ ମିଳିଥିଲା। ଧୋନି ଓ ଦୀନେଶ କାର୍ତିକ ବ୍ୟାଟିଂ କରୁଥିଲା ବେଳେ ଏହି ଘଟଣା ଘଟିଥିଲା। ଖଲିଲ ଓ ୟୁଜବେନ୍ଦ୍ର ଚହଲ ପାଣି ଓ ହେଲମେଟ୍ ନେଇ ପଡ଼ିଆ ଭିତରକୁ ଯାଇଥିଲା ବେଳେ ଖଲିଲ ଅଜାଣତରେ ପିଚ୍ ଉପରେ ପାଦ ରଖି ଦେଇଥିଲେ। ମ୍ୟାଚର ନିର୍ଣ୍ଣାୟକ ମୋଡ଼ରେ ଥିବାରୁ ପିଚ୍‌ର ଯେ କୌଣସି ପ୍ରକାର କ୍ଷତି ଭାରତ ପାଇଁ ଘାତକ ସାବ୍ୟସ୍ତ ହେବାର ଯଥେଷ୍ଟ ଆଶଙ୍କା ଥିଲା। ସେଥିପାଇଁ ଖଲିଲଙ୍କୁ ଧୋନି ବଡ଼ ପାଟିରେ ରାଗୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର