ମୋହାଲିରେ ଖେଳ ଚାଲିଥିବା ସମୟରେ ଧୋନିଙ୍କ ପ୍ରତ୍ୟେକଟି ସଟ୍‌ରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଝିଅ ଜିଭା ଏପରି କରୁଥିଲେ ନୃତ୍ୟ

ମୋହାଲି: କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ମୋହାଲିରେ ଖେଳ ଚାଲିଥିଲା। ଚେନ୍ନାଇ ସୁପରକିଙ୍ଗ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବେଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିରେ ଚେନ୍ନାଇକୁ ପଞ୍ଜାବ ୪ରନ୍‌ରେ ହରାଇ ଦେଇଛି। ଧୋନି ଛକାଚଉକା ମାରି ବଡ଼ ସ୍କୋର କରିଥିଲେ ବି ଚେନ୍ନାଇକୁ ୪ରନ୍‌ରେ ହାରିବାରୁ ବଞ୍ଚାଇ ପାରି ନଥିଲେ।

ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ଖେଳ ଦେଖିବା ପାଇଁ ମୋହଲି ଷ୍ଟାଡିୟମରେ ପତ୍ନୀ ଓ ଝିଅ ଉପସ୍ଥିତ ଥିଲେ। ଷ୍ଟାଡିୟମ ଭିତରେ ଧୋନିଙ୍କ ପ୍ରଦର୍ଶନ ଦେଖି ତାଙ୍କ ପ୍ରଶଂସକ ଖୁବ୍‌ ଉତ୍ସାହିତ ହୋଇପଡ଼ୁଥିଲେ। ମୋହଲି ଷ୍ଟାଡିୟମରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଧୋନିଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଭା। ସାକ୍ଷୀ ସ୍ୱାମୀଙ୍କ ପ୍ରତ୍ୟେକ ସଟ୍‌ରେ ତାଲି ମାରୁଥିବା ବେଳେ ଝିଅ ଜିଭା ବାପାଙ୍କ ପ୍ରତିଟି ସଟ୍‌ରେ ଖୁସିରେ ନୃତ୍ୟ କରୁଥିବାର ଦେଖି ମିଳିଥିଲା। ଲୋମାନେ ଏହାର ଭିଡିଓ ପ୍ରସ୍ତୁତ କରିବାରେ ଲାଗିଥିଲେ। ଖେଳ ସରିବା ପରେ ଧୋନି ଝିଅ ଜିଭା ପାଖକୁ ଆସି ଆଲିଙ୍ଗନ ମଧ୍ୟ କରିଥିଲେ। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭଇରାଲ ହୋଇଛି।

ସମ୍ବନ୍ଧିତ ଖବର