ଅଧିନାୟକ ଭାବେ ୫୦୦୦ ରନ୍‌ ହାସଲ କରିବାରେ ଧୋନି ପ୍ରଥମ ଟି-୨୦ ବ୍ୟାଟସ୍‌ମ୍ୟାନ୍‌

ନୂଆଦିଲ୍ଲୀ: ଅଧିନାୟକ ଭାବେ ୫୦୦୦ ରନ୍‌ ହାସଲ କରିବାରେ ଧୋନି ପ୍ରଥମ ଟି-୨୦ ବ୍ୟାଟସ୍‌ମ୍ୟାନ୍‌ ହୋଇ ପାରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣ ବୁଧବାର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବିରୋଧରେ ୭୦ ରନ୍‌ ସଂଗ୍ରହ କରି ଧୋନି ଏହି ବିରଳ ରେକର୍ଡଧାରୀ ହୋଇଛନ୍ତି। ଏଥି ସହିତ ଧୋନି ନିଜକୁ ପ୍ରମାଣିତ କରିପାରିଛନ୍ତି, ସେ ହେଉଛନ୍ତି ମାଷ୍ଟରକ୍ଲାସ ଫିନିସର। ୨ୟ ଇନିଂସରେ ଆଇପିଏଲ୍‌ ୨୦୧୮ର ୨୪ତମ ମ୍ୟାଚ୍‌ରେ ୨୦୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ବ୍ୟାଟିଂ କରିଥିଲେ। ଶେଷ ୨ ଓଭରରେ ବିଜୟ ପାଇଁ ୩୦ ରନ୍‌ ଆବଶ୍ୟକ ଥିବା ବେଳେ ଧୋନି ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଡେ୍ଵନ୍‌ ବ୍ରାଭୋଙ୍କ ସହିତ କ୍ରିଜ୍‌ ଉପରେ ରହିଥିଲେ। ଚେନ୍ନାଇ ମାତ୍ର ୧୦ଟି ବଲ ଖେଳି ୩୧ ରନ୍‌ ହାସଲ କରିଥିଲା। ୧୯.୪ ଓଭରରେ ୨୦୭ ରନ୍‌ ସଂଗ୍ରହ କରିବା ସହିତ ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା।

ଇନିଂସ ବ୍ରେକ୍‌ ସମୟରେ ମୁଁ ମନେ କରିଥିଲି ଯେ, ଏହି ମ୍ୟାଚ୍‌ରେ ବିଜୟୀ ହେବା କଠିନ କାମ। ମୁଁ ଅନୁଭବ କଲି ୨୦୦ ରନ୍‌ ସ୍କୋର ପାଇଁ ଏବି ଡିଭିଲିୟର୍ସ ଭଲ ବ୍ୟାଟିଂ କରିଛନ୍ତି। ଏହି ସ୍କୋର ପାଇଁ ଆମକୁ ଓଭର ପ୍ରତି ୧୫ ରୁ ୨୦ ରନ୍‌ ଯୋଗାଡ଼ କରିବାକୁ ପଡ଼ିବ। ଆରମ୍ଭରୁ ଆମେ ୨ଜଣ ବାମହାତୀ ବ୍ୟାଟସ୍‌ମ୍ୟାନଙ୍କୁ ହରାଇଥିଲୁ। ରାୟଡୁ ଭଲ ବ୍ୟାଟିଂ କରିଥିଲେ। ତାଙ୍କ ସହିତ ଭଲ ଭାଗିଦାରୀ ଥିଲା। ଶେଷ ସମୟରେ ବ୍ରାଭୋ ଆସି ଦଳ ପାଇଁ ଭଲ ଖେଳିଥିଲେ।

ମହେନ୍ଦ୍ର ସିଂହ ଧୋନି, ଅଧିନାୟକ ଚେନ୍ନାଇ ସୁପର କିଙ୍ଗସ୍‌

ଧୋନି ୩୪ଟି ବଲ ଖେଲି ଅପରାଜିତ ୭୦ ରନ୍‌ ଓ ଅମ୍ବାତି ରାୟଡୁ ୫୩ଟି ବଲରୁ ୮୨ ରନ୍‌ କରିଥିଲେ। ପୂର୍ବରୁ ଚେନ୍ନାଇ ସ୍କୋର ୭୪ ରନ୍‌ ଥିବା ବେଳେ ୪ଟି ଓ୍ଵିକେଟ୍‌ ହରାଇ ଥିଲା। ଚେନ୍ନାଇ ୬ଟି ମ୍ୟାଚ୍‌ରୁ ୫ଟିରେ ବିଜୟୀ ହୋଇ ୧୦ ପଏଣ୍ଟ ହାସଲ କରିବା ସହିତ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି।

ସମ୍ବନ୍ଧିତ ଖବର