ଏନ୍‌ସିଏରେ ଧୋନିଙ୍କ ଝାଳବୁହା ଅଭ୍ୟାସ

ବେଙ୍ଗାଲୁରୁ: ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋମବାର ଜାତୀୟ କ୍ରିକେଟ ଏକାଡେମି (ଏନ୍‌ସିଏ)ରେ ଝାଳବୁହା ଅଭ୍ୟାସ କରିଛନ୍ତି। ଗତ ୧୫ ତାରିଖରେ ଧୋନି ଏଠାରେ ଶାରୀରିକ ପରୀକ୍ଷା ଦେଇଥିଲେ। ଶାରୀରିକ ପରୀକ୍ଷା ଦେଇଥିବା ଅନ୍ୟ ସାଥୀମାନେ ଫେରି ଯାଇଥିଲେ। ହେଲେ ଧୋନି ବେଙ୍ଗାଲୁରୁ ରହି ଅଭ୍ୟାସ କରିବାକୁ ପସନ୍ଦ କରିଥିଲେ। ସୋମବାର ସେ ସିଧା ଏନ୍‌ସିଏରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଥିଲେ। ବିଶେଷ କରି ସେ ଥ୍ରୋ ଡାଉନ୍‌ରେ ବେଶି ଅଭ୍ୟାସ କରିଥିଲେ। ୧୦୦ରୁ ଅଧିକ ବଲ୍‌ ଖେଳିଥିଲେ ମଧ୍ୟ ୭୦ ପ୍ରତିଶତ ଥ୍ରୋ ଡାଉନ୍‌ ରହିଥିଲା। ଏନ୍‌ସିଏର ଥ୍ରୋ ଡାଉନ୍‌ ବିଶେଷଜ୍ଞ ରଘୁ ଏବଂ ଦ୍ରୁତ ବୋଲର ସାର୍ଦୁଲ ଠାକୁର ଏହି ଅଭ୍ୟାସ ବେଳେ ବଲ୍‌ ପକାଇଥିଲେ।

ସମ୍ବନ୍ଧିତ ଖବର