ଧୋନି ଝାଡ଼ଖଣ୍ଡ-ବିହାରର ସର୍ବାଧିକ ଆୟକରଦାତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଝାଡ଼ଖଣ୍ଡ ଏବଂ ବିହାରର ସର୍ବାଧିକ ବ୍ୟକ୍ତିଗତ ଆୟକରଦାତା ହୋଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ଧୋନି ୧୨.୧୭ କୋଟି ଟଙ୍କାର ଆୟକର ଦେଇଛନ୍ତି। ଯାହା ୨୦୧୬-୧୭ରେ ସେ ଦେଇଥିବା ଆୟକରଠାରୁ ୧.୨୪ କୋଟି ଅଧିକ । ଗତ ଆର୍ଥିକ ବର୍ଷରେ ଧୋନି ଦେଇଥିବା ୧୦.୯୩ କୋଟିର ଆୟକର ମଧ୍ୟ ସେହିବର୍ଷ ଝାଡ଼ଖଣ୍ଡ ଓ ବିହାରର ସର୍ବାଧିକ ବ୍ୟକ୍ତିଗତ ଆୟକର ଥିଲା। ୨୦୧୭ରେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରେ ଧୋନି ତୃତୀୟ ସର୍ବାଧିକ ଆୟକାରୀ କ୍ରିକେଟର ଭାବେ ୬୩.୭ କୋଟି ଟଙ୍କା ରୋଜଗାର କରିଥିଲେ।

ସମ୍ବନ୍ଧିତ ଖବର