ଚାପରେ ରହିଲେ ଧୋନି ଶାନ୍ତ ଜଣାପଡ଼ନ୍ତି: ସେନ୍‌ ଓ୍ଵାଟସନ୍‌

ଚେନ୍ନାଇ: ଦିଲ୍ଲୀ ଡେୟାରଡେଭିଲ୍ସକୁ ସୋମବାର ଚେନ୍ନାଇ ସୁପର କିଙ୍ଗସ୍‌ ପରାସ୍ତ କରିବା ପରେ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ୍‌ ଓ୍ଵାଟସନ୍‌ ନିଜର ମନ୍ତବ୍ୟ ଦେଇଛନ୍ତି। ଓ୍ଵାଟ୍‌ସନ୍‌ କହିଛନ୍ତି, ଆମ୍ବାତି ରାଇଡୁଙ୍କ ସହିତ ପ୍ରଥମ ଛଅ ଓଭରରେ ଧୋନି ଭାଗିଦାରୀ ହୋଇ ୧୨୦ ରନ୍‌ ସଂଗ୍ରହ କରିଛନ୍ତି।ଏଥିରେ ଧୋନିଙ୍କର ୭୯ ରନ୍‌ ବ୍ୟକ୍ତିଗତ ଥିଲା। ଫଳରେ ତାଙ୍କ ଦଳ ୨୧୨ ରନ୍‌ ସମୁଦାୟ ୨୦ ଓଭରରେ ଅର୍ଜନ କରିଥିଲା। ସେ ଚାପରେ ରହିଲେ ଶାନ୍ତ ଜଣା ପଡ଼ନ୍ତି ବୋଲି ଓ୍ଵାଟ୍‌ସନ୍‌ କହିଛନ୍ତି। ଯେ କୌଣସି ବୋଲରଙ୍କ ଉପରେ ନିଜର ପ୍ରଭାବ ବିସ୍ତାର ରଖିବାରେ ଧୋନି ପଛାନ୍ତି ନାହିଁ।

ଆଜି ଚେନ୍ନାଇ-କୋଲକାତା ମୁକାବିଲା

ଆଇପିଏଲ ୧୧ତମ ସଂସ୍କରଣର ୩୩ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ କୋଲକାତା ନାଇଟ ରାଇଡର୍ସ ଆଜି ସମ୍ମୁଖୀନ ହେବ। ପଏଣ୍ଟ ଟେବୁଲରେ ଚେନ୍ନାଇ ଶୀର୍ଷ ସ୍ଥାନରେ ରହିଛି। ୨ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ଟିମ ଭଲ ପ୍ରଦର୍ଶନ କରିଛି।

ବିବାଦରୟ ପ୍ରସଙ୍ଗ ନେଇ ଆଇପିଏଲରୁ ଚେନ୍ନାଇ ସୁପର କିଙ୍ଗସ୍‌ର ୨ ବର୍ଷ ବାସନ୍ଦ ହୋଇଥିଲା। ଚଳିତ ବର୍ଷ ଚେନ୍ନାଇ ଆଇପିଏଲକୁ ଫେରିବା ପରେ ଧୋନି ଏକ ନୂଆ ଉତ୍ସାହ ନେଇ ଅଭିଯାନ ଚଳାଇଛନ୍ତି। ଧୋନି ରାଇଜିଂ ପୁନେ ସୁପରଜ୍ୟାଣ୍ଟ (ଆରପିଏସ୍‌)ରେ ଥିବାବେଳେ ୧୬ଟି ମ୍ୟାଚ୍‌ ଖେଳି ୨୯୦ ରନ୍‌ କରିଥିଲେ। ଆନ୍ତର୍ଜାତୀୟ ଟି-୨୦ରେ ୧୨ଟି ଇନିଂସ୍‌ ଖେଳି ସେ ୨୫୨ ରନ୍‌ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୩୮.୪୬ ଥିଲା। ଦକ୍ଷିଣ ଆଫ୍ରିକା ବିରୋଧରେ ଅପରାଜିତ ୫୨ ରନ୍‌ ଟି-୨୦ରେ ଅର୍ଜନ କରିଥିବା ପ୍ରେରଣା ତାଙ୍କୁ ପଥପ୍ରଦର୍ଶକ ରୂପେ ଆଗେଇ ନେଇଛି।

ଚଳିତ ବର୍ଷର ୮ଟି ଆଇପିଏଲ୍‌ ମ୍ୟାଚରେ ଧୋନି ବ୍ୟକ୍ତିିଗତ ୨୭୬ ରନ୍‌ ସଂଗ୍ରହ କରିସାରିଛନ୍ତି। ଶୀର୍ଷରେ ଥିବା ଚେନ୍ନାଇ ଦଳକୁ ଲକ୍ଷ ରଖି ତାଙ୍କ ଦଳରେ ଖେଳୁଥିବା ଓ୍ଵାଟସନ୍‌ କହିଛନ୍ତି, ଧୋନିଙ୍କ ଶାନ୍ତ ସ୍ୱଭାବ ନିର୍ଜୀବାବସ୍ଥାରୁ ସତେଜକୁ ଫେରାଇ ଆଣିଛି।

ସମ୍ବନ୍ଧିତ ଖବର