ଧୋନି-ମଲ୍ଲିକ କରମର୍ଦ୍ଦନ

ଦୁବାଇ: ଏସିଆ କପ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ଦୁବାଇରେ ଥିବା ଆଇସିସି ଏକାଡେମିରେ ଅଭ୍ୟାସ ଆରମ୍ଭ କରିଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟ ସେଠାରେ ତିନି ଦିନ ପୂର୍ବରୁ ଡେରା ପକାଇଛି। ଏହି ଅବସରରେ ଉଭୟ ଦଳର ଦୁଇ ଅଭିଜ୍ଞ ତାରକା ମହେନ୍ଦ୍ର ସିଂହ ଧୋନି ଓ ସୋଏବ ମଲ୍ଲିକ କରମର୍ଦ୍ଦନ କରିବା ସହ ପରସ୍ପରକୁ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି। ଧୋନି, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ରୋହିତ ଶର୍ମା ଅଭ୍ୟାସ କରିଥିଲେ। ଭାରତ ତା’ ଅଭିଯାନ ମଙ୍ଗଳବାର ହଂକଂ ବିପକ୍ଷରେ ଆରମ୍ଭ କରିବ। ପରଦିନ ପାକିସ୍ତାନର ମୁକାବିଲା କରିବ।

ସମ୍ବନ୍ଧିତ ଖବର