ବିଶ୍ବକପ୍ ସେମିଫାଇନାଲ୍‌ର ୪ ମାସ ପରେ ପଡ଼ିଆକୁ ଓହ୍ଲାଇଲେ ଧୋନି

ନୂଆଦିଲ୍ଲୀ: ବିଶ୍ବକପ୍ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ଧୋନି କ୍ରିକେଟରୁ ଦୂରେଇ ଯାଇଥିଲେ। ତେବେ ପ୍ରାୟ ୪ ମାସର ବିରତି ପରେ ଗୁରୁବାର ଧୋନି ଘରୋଇ ପଡ଼ିଆ ରାଞ୍ଚିସ୍ଥିତ ଜେଏସ୍‌ସିଏ ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲେ। ଆଗାମୀ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ସ୍ଥାନ ପାଇବେନି ବୋଲି ନିଶ୍ଚିତ ‌ଥିଲେ ମଧ୍ୟ ନିଜକୁ ସୁସ୍ଥ ରଖିବା ଲାଗି ସେ ପଡ଼ିଆକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ସେ ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଦଳରେ ଅନୁପସ୍ଥିତ ରହିବେ ବୋଲି ବିସିସିଆଇର ଜଣେ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବିଶ୍ବକପ୍ ସେମିଫାଇନାଲ ପରାଜୟ ପରେ ଧୋନିଙ୍କ କ୍ରିକେଟ୍ ଜୀବନ ମୁଖ୍ୟ ପ୍ରସଙ୍ଗ ଥିଲା। ସେ ଆଗକୁ ଆଉ କ୍ରିକେଟ୍ ଖେଳିବେ କି ନାହିଁ ଚର୍ଚ୍ଚା ଚାଲିଥିବା ବେଳେ ଧୋନି ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ଏହାପରେ ସୀମିତ ଓଭର କ୍ରିକେଟ୍‌ ଲାଗି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଧୋନିଙ୍କ ବିକଳ୍ପ ଭାବେ ଋଷବ ପନ୍ତ୍‌ଙ୍କୁ ଚୟନ କରିଥିଲେ।

ସମ୍ବନ୍ଧିତ ଖବର