ଧୋନି-ପନ୍ତ୍‌ ତୁଳନା ଅଯୌକ୍ତିକ: ଅରୁଣ

ନୂଆଦିଲ୍ଲୀ: କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ଯୁବ ୱିକେଟ୍‌ରକ୍ଷକ ଋଷବ ପନ୍ତ୍‌ଙ୍କୁ ତୁଳନା କରିବା ସମ୍ପୂର୍ଣ୍ଣ ‌ଅଯୌକ୍ତିକ ବୋଲି କହିଛନ୍ତି ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ। ମୋହାଲି ଦିନିକିଆରେ ରବିବାର ଖରାପ ୱିକେଟ୍‌ରକ୍ଷଣ କରି ସମାଲୋଚିତ ହୋଇଥିବା ପନ୍ତ୍‌ଙ୍କୁ ସମର୍ଥନ କରିଥିଲେ। ପନ୍ତ୍‌ଙ୍କୁ ଧୋନିଙ୍କ ସହ ତୁଳନା କରିବାର ପ୍ରଶ୍ନ ଉଠୁନାହିଁ। ୱିକେଟ୍‌ ପଛପଟେ ଧୋନିଙ୍କ ଦାୟିତ୍ବ ଉଦାହରଣ ଭଳି। କଥା ହେବା ଲାଗି କୋହଲି ତାଙ୍କୁ ହିଁ ଖୋଜନ୍ତି। ଦଳରେ ତାଙ୍କ ବଡ଼ ପ୍ରଭାବ ରହିଛି ବୋଲି ଅରୁଣ କହିଛନ୍ତି। ବିଜୟ ଶଙ୍କରଙ୍କୁ ବି ଢେର ପ୍ରଶଂସା କରି ସେ ବିଶ୍ବକପ୍‌ ପାଇଁ ବଡ଼ ଦାବିଦାର ବୋଲି ଅଭିହିତ କରିଥିଲେ ଅରୁଣ।

ସମ୍ବନ୍ଧିତ ଖବର