ଜିଭାଙ୍କ ଚୁଟି ଶୁଖାଇଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ସଂପ୍ରତି ଆଇପିଏଲ୍‌ରେ ବ୍ୟସ୍ତ ଥିଲେ ମଧ୍ୟ ଜଣେ ପିତାର କର୍ତ୍ତବ୍ୟରେ ହେଳା କରିନାହାନ୍ତି। ଧୋନି ନିଜ ଝିଅ ଜିଭାର ସେବା କରୁଥିବା ଏକ ଭିଡ଼ିଓକୁ ଇଣ୍ଟର୍‌ନେଟ୍‌ରେ ଛାଡ଼ିବା ପରେ ଏହା ସଙ୍ଗେ ସଙ୍ଗେ ଭାଇରାଲ୍‌ ହୋଇଯାଇଥିଲା। ଧୋନି ନିଜେ ଜିଭାଙ୍କ ଚୁଟି ଶୁଖାଉଥିବାର ଭିଡ଼ିଓ ସହ ‘ଖେଳ ଶେଷ, ଏବେ ଝିଅ ପାଇଁ ନିଜ କର୍ତ୍ତବ୍ୟ କରିବା ପରେ ଭଲ ନିଦ ଆସିଲା’ ବୋଲି ଲେଖିଥିଲେ। ଗୁରୁବାର ଏହି ଭିଡ଼ିଓ ଇଣ୍ଟରନେଟ୍‌ରେ ଆସିଥିଲେ ମଧ୍ୟ ଏହାକୁ ୩୫ ଲକ୍ଷ ଲୋକ ଦେଖିବା ସହ ତାଙ୍କର ବହୁ ସମର୍ଥକ ମଧ୍ୟ ନିଜ ମତ ଦେଇଛନ୍ତି। ଫଳରେ ଜିଭା ଏବେ ଇଣ୍ଟରନେଟ୍‌ରେ କୁନି ସେଲିବ୍ରିଟି ପାଲଟି ଯାଇଛି। କିଛି ଦିନ ତଳେ ଜିଭାଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ୩ ବର୍ଷୀୟ ଜିଭା ନିଜ କଣ୍ଠରେ ‘ପଡ଼ିଆରେ ବାପା ବ୍ୟାଟିଂ କରୁଥିଲା ବେଳେ ତାଙ୍କୁ କୁଣ୍ଢାଇବାକୁ ଇଛା କରେ’ ବୋଲି କହିଥିଲେ।

ସମ୍ବନ୍ଧିତ ଖବର