ଶେଷ ପର୍ଯ୍ୟାୟରେ ଧୋନି ଖେଳି ନପାରନ୍ତି

ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍‌ର ଶେଷ ପର୍ଯ୍ୟାୟରେ ଦେଖିବାକୁ ମିଳି ନପାରନ୍ତି। ବିଶ୍ବକପ୍ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ ଧୋନି ଏଭଳି ନିଷ୍ପତ୍ତି ନେଇ ପାରନ୍ତି। ଏହାର ଅନ୍ୟତମ କାରଣ ପିଠି ଯନ୍ତ୍ରଣା ବୋଲି ମଧ୍ୟ ଚର୍ଚା ହେଉଛି। ଧୋନି ଏକ ସାକ୍ଷାତକାର ଅବସରରେ ମଧ୍ୟ ଏଭଳି ସଙ୍କେତ ଦେଇଛନ୍ତି। ଦରକାର ପଡ଼ିଲେ ମୁଁ ଆଇପିଏଲର କିଛି ମ୍ୟାଚ୍ ଖେଳି ନପାରେ ବୋଲି ସେ କହିଛନ୍ତି। ପୂର୍ବରୁ ଧୋନି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଖେଳି ନଥିଲେ। ଏହି ମ୍ୟାଚ୍‌ରେ ସୁରେଶ ରାଇନା ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ବ ନେଇଥିଲେ। ‌ହେଲେ ଚେନ୍ନାଇ ପରାଜିତ ହୋଇଥିଲା। ଚେନ୍ନାଇ ସଂପ୍ରତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଏଣୁ ଏହି ଦଳ ପ୍ଲେ ଅଫ୍ ଖେଳିବା ଏକପ୍ରକାର ନିଶ୍ଚିତ। ପିଠି ଯନ୍ତ୍ରଣା ବଢ଼ିଲେ ଧୋନି ହୁଏତ ଏହି ପର୍ଯ୍ୟାୟରୁ ଦୂରେଇ ରହି ପାରନ୍ତି।

ସମ୍ବନ୍ଧିତ ଖବର