ପିଠି ଯନ୍ତ୍ରଣାକୁ ନେଇ ଚିନ୍ତାରେ ଧୋନି

‌ଚେନ୍ନାଇ: ବିଶ୍ବକପ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପିଠି ଯନ୍ତ୍ରଣା ଚିନ୍ତା ଘାରିଛି। ଧୋନି ବେଶ୍ କିଛି ଦିନ ହେବ ପିଠି ଯନ୍ତ୍ରଣାରେ ପୀଡ଼ିତ ଥିଲା ବେଳେ ବିଶ୍ବକପ୍ ଆସୁଥିବାରୁ ଏଥିନେଇ ଅଧିକ ଯତ୍ନବାନ ହେବାକୁ ପଡ଼ିବ ବୋଲି ନିଜେ କହିଛନ୍ତି। ସେ କହିଛନ୍ତି, ପିଠିରେ ହେଉଥିବା ଯନ୍ତ୍ରଣା ଏବେ ନିୟନ୍ତ୍ରଣରେ ରହିଛି। ଏହା ଖରାପ ଆଡ଼କୁ ଗତି କରୁନି। ବିଶ୍ବକପ୍ ଆସୁଥିବାରୁ ଏହାକୁ କିନ୍ତୁ ଅବହେଳା କରି ହେବନି। ଯଦି ଅଧିକ କଷ୍ଟହୁଏ, ତାହାଲେ ମୁଁ କିଛି ଦିନ ବିଶ୍ରାମ ନେବି। ଏହି ସ୍ତରରେ କିନ୍ତୁ ଛୋଟ ମୋଟ ଆଘାତ ଜନିତ ସମସ୍ୟା ନେଇ ସମସ୍ତେ ଖେଳନ୍ତି। ଯଦି ଆପଣ ପୂରା ଫିଟ୍ ହୋଇ ଖେଳିବାକୁ ଅପେକ୍ଷା କରିବେ, ତାହାଲେ ଦୁଇଟି ମ୍ୟାଚ୍ ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ହୋଇଯିବ।

ସମ୍ବନ୍ଧିତ ଖବର