ଧୋନିଙ୍କ କ୍ୟାଚ୍‌ କୀର୍ତି

ବ୍ରିଷ୍ଟଲ୍‌: ଇଂଲଣ୍ଡ ବିପକ୍ଷ ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଉ ଏକ କୀର୍ତିମାନ କରିଛନ୍ତି। ଶୁକ୍ରବାର ଦ୍ୱିତୀୟ ମ୍ୟାଚ୍‌ ବେଳେ ୫୦୦ ଅନ୍ତର୍ଜାତୀୟ ଖେଳିବାରେ ତୃତୀୟ ଭାରତୀୟ ହୋଇଥିବା ଧୋନି ପରଦିନ ନିଜର ୩୭ତମ ଜନ୍ମଦିନ ପାଳିଥିଲେ। ରବିବାର କିନ୍ତୁ ଶେଷ ମ୍ୟାଚ୍‌ରେ ବିଶ୍ୱର ପ୍ରଥମ ଓ୍ଵିକେଟରକ୍ଷକ ଭାବେ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟରେ ୫୦ କ୍ୟାଚ୍‌ ମାଇଲଖୁଣ୍ଟ ଟପିଥିଲେ। ପ୍ରଥମ ପଦାର୍ପଣକାରୀ ଦୀପକ ଚହରଙ୍କ ବୋଲିଂରେ ଜାସନ୍‌ ରୟଙ୍କ କ୍ୟାଚ୍‌କୁ ଅର୍ଧଶତକ ଶିକାର କରିଥିଲେ। ଏହା ପରେ ଧୋନି ଅଟକିଯାଇନଥିଲେ। ଆଉ ୪ କ୍ୟାଚ୍‌ ନେଇ କୀର୍ତିମାନ ସଂଖ୍ୟାକୁ ୫୪ରେ ପହଞ୍ଚାଇ ଦେଇଛନ୍ତି। ଏଥି ସହିତ ଗୋଟିଏ ମ୍ୟାଚ୍‌ରେ ୫ କ୍ୟାଚ୍‌ ନେବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ଟେ୍ଵଣ୍ଟି-୨୦ରେ ୯୩ ମ୍ୟାଚ୍‌ରୁ ୮୭ ଡିସ୍‌ମିଶାଲ୍‌ (୫୪ କ୍ୟାଚ୍‌, ୩୩ ଷ୍ଟମ୍ପିଂ) ସହିତ ଧୋନି ଶୀର୍ଷରେ ରହିଥିବାବେଳେ ପାକିସ୍ତାନର କାମରାନ୍‌ ଆକମଲ୍‌ ୬୦ (୨୮+୩୨) ଏବଂ ଆଫଗାନିସ୍ତାନର ମହମ୍ମଦ ସେହଜାଦ ୫୪ (୨୬+୨୮) ପଛକୁ ପଛ ରହିଛନ୍ତି। କ୍ୟାଚ୍‌ ଦୃଷ୍ଟିରୁ ଦେଖିଲେ କିନ୍ତୁ େଓ୍ଵଷ୍ଟଇଣ୍ଡିଜ୍‌ର ଦୀନେଶ ରାମଦିନ୍‌ (୩୪) ଏବଂ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍‌ ଡି’କକ୍‌ (୩୦) ଧୋନିଙ୍କଠାରୁ ବହୁ ପଛରେ ରହିଛନ୍ତି।

ସମ୍ବନ୍ଧିତ ଖବର