ଗାଙ୍ଗୁଲିଙ୍କ ସମୟରେ କ୍ୟାରିୟର ଆରମ୍ଭ, କୋହଲିଙ୍କ ସହ ବିଶ୍ୱକପ୍‌ରେ କମାଲ କରିବେ ଏହି ଖେଳାଳି

ନୂଆଦିଲ୍ଳୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମୟରେ କ୍ୟାରିୟର ଆରମ୍ଭ କରିଥିବା ଭାରତୀୟ ଟିମର ଅନ୍ୟତମ ସଦସ୍ୟ ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡ ବିଶ୍ୱକପରେ ନିଜର କମାଲ କରିବାକୁ ଅପେକ୍ଷା କରିଛନ୍ତି। ଟିମ୍‌ ଇଣ୍ଡିଆର ବର୍ତ୍ତମାନ ଅଧିନାୟକ ବିରାଟ କୋହଲିଙ୍କ ସହିତ ଦିନେଶ କାର୍ତ୍ତିକ ବିଶ୍ୱକପ୍‌ ୨୦୧୯ରେ ଖେଳିବେ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୋମବାର ବିଶ୍ୱକପ ପାଇଁ ଭାରତୀୟ ଟିମ ଘୋଷଣା କରିଛି।

ଦିନେଶ କାର୍ତ୍ତିକ ୨୦୦୪ ସେପ୍ଟେମ୍ବରରେ ଟିମ ଇଣ୍ଡିଆରେ ଯୋଗଦେଇଥିଲେ। ସେହି ସମୟରେ କୋଲକାତାର ରାଜକୁମାର ସୌରଭ ଗାଙ୍ଗୁଲି ଟିମ ଇଣ୍ଡିଆର ଅଧିନାୟକ ଥିଲେ। ସେହିଦିନ ଠାରୁ ଏଯାଏଁ କାର୍ତ୍ତିକ ୭ ଜଣ ଅଧିନାୟକଙ୍କ ନେତୃତ୍ୱରେ ଖେଳି ସାରିଛନ୍ତି। ଭାରତୀୟ ଟିମରେ ଦିନେଶ କାର୍ତ୍ତିକ ହେଉଛନ୍ତି ସବୁଠାରୁ ବରିଷ୍ଠ ଖେଳାଳି।

ବର୍ଷ ୨୦୦୪ରେ କ୍ୟାରିୟର ଆରମ୍ଭ କରିଥିବା ଦିନେଶ କାର୍ତ୍ତିକ କେବଳ ଗୋଟିଏ ମ୍ୟାଚ ଖେଳିବା ପରେ ଆଉ ସୁଯୋଗ ମିଳି ନଥିଲା। କାର୍ତ୍ତିକ ପୁଣି ୨୦୦୬ରେ ଟିମ୍‌କୁ ଫେରିଥିଲେ। ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ କାର୍ତ୍ତିକ ୨୧ଟି ମ୍ୟାଚ ଖେଳି ୨୭ ହାରରେ ୩୦୧ ରନ କରିଥିଲେ। କାତ୍ତିର୍କ ବୀରେନ୍ଦ୍ର ସେହେଓ୍ଵାଗଙ୍କ ଅଧିନରେ ୨୦୦୬ ରୁ ୯ ଯାଏଁ ୪ଟି ମ୍ୟାଚ ଖେଳିଛନ୍ତି। ସେହିଭଳି ସେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସର୍ବାଧିକ ମ୍ୟାଚ ଖେଳିବାକୁ ସୁଯୋଗ ପାଇଛନ୍ତି। ଧୋନିଙ୍କ ନେତୃତ୍ୱରେ କାର୍ତ୍ତିକ ୧୯ଟି ମ୍ୟାଚରେ ୨୦ ହାରରେ ୬୯୯ ରନ କରିଛନ୍ତି। ସେହିଭଳି କୋହଲିଙ୍କ ନେତୃତ୍ୱରେ ୨୨ଟି ମ୍ୟାଚ ଖେଳି ୪୩ ହାରରେ ୪୩୦ ରନ କରିଛନ୍ତି।

ସମ୍ବନ୍ଧିତ ଖବର