ଏହି ଅଲରାଉଣ୍ଡର ନେଲେ ଅବସର, ଟିମ୍‌ ଇଣ୍ଡିଆ ପାଇଁ କରିଥିଲେ ବିସ୍ଫୋରକ ବ୍ୟାଟିଂ, ଫିଲ୍ମରେ କରିଥିଲେ ଆକ୍ଟିଂ

ନୂଆଦିଲ୍ଲୀ: ଏକଦା ଟିମ୍‌ ଇଣ୍ଡିଆ ପାଇଁ ଖେଳିଥିବା ଦିନେଶ ମୋଙ୍ଗିଆ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ସେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ମୋଙ୍ଗିଆଙ୍କୁ ଟିମ୍‌ ଇଣ୍ଡିଆରେ ଜଣେ ଅଲରାଉଣ୍ଡର ଭାବେ ଚୟନ କରାଯାଇଥିଲା। ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ପରଂପରାଗତ ଭାବେ ସ୍ପିନ୍‌ ବୋଲିଂ ମଧ୍ୟ କରିଥାନ୍ତି। ବର୍ଷ ୨୦୦୩ରେ ବିଶ୍ୱକପ ଉପବିଜେତା ଟିମ୍‌ ଇଣ୍ଡିଆରେ ସଦସ୍ୟ ଥିଲେ। ସେ ଭାରତ ପାଇଁ ୫ ବର୍ଷ ଖେଳିଥିଲେ।

ମୋଙ୍ଗିଆ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମାଧ୍ୟମରେ ଖେଳିଥିଲେ। ସେ ୨୦୦୭ରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିଥିଲେ। ସେହି ବର୍ଷ ସେ ଫାଷ୍ଟ କ୍ଲାସ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ଏହା ପରେ ଆଇସିଏଲ ଖେଳିବା ପାଇଁ ବୋର୍ଡ ମନା କରି ଦେଇଥିଲା। ନିଜ କ୍ୟାରିୟରରେ ମୋଙ୍ଗିଆ ୫୭ଟି ଦିନିକିଆ ଖେଳି ୧୨୩୦ ରନ୍‌ କରିଥିଲେ। ସେ ଦିନିକିଆ କ୍ୟାରିୟରରେ ୧୪ ଓ୍ଵିକେଟ ନେଇଥିଲେ।

Hindustan Times

ମୋଙ୍ଗିଆ ନିଜ କ୍ୟାରିୟରରେ ଏକମାତ୍ର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ ଜୋହନସ୍‌ବର୍ଗରେ ଖେଳାଯାଇଥିଲା। ମୋଙ୍ଗିଆଙ୍କ ନାମରେ ଏକମାତ୍ର ଶତକ ଅଛି, ଯାହାକୁ ସେ ଜିମ୍ବାେଓ୍ଵ ବିପକ୍ଷରେ ହାସଲ କରିଥିଲେ। ସେ ଗୌହାଟୀରେ ୧୫୯ ରନ ସଂଗ୍ରହ କରିଥିଲେ। ଏଥିରେ ୧୭ ଚୌକା ଓ ଗୋଟି ଛକା ସାମିଲ ଥିଲା।

ମୋଙ୍ଗିଆଙ୍କ ଅବସରକୁ ଔପଚାରିକ ବୋଲି କୁହାଯିବ। ସେ ପଂଜାବ କ୍ରିକେଟ ଆସୋସିଏସନର ଚୟନକର୍ତ୍ତା ଥିଲେ। ଦିନେଶ ମୋଙ୍ଗିଆ ଏକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବର୍ଷ ୨୦୧୪ରେ ନିର୍ମିତ ଏହି ଚଳଚ୍ଚିତ୍ର ‘କବାବ ମେ ହଡ୍ଡି’ରେ ଦେଖାଯାଇଥିଲେ। ଏହି ଫିଲ୍ମ ଫ୍ଲପ ହୋଇଥିଲା। ତା’ପରେ ମୋଙ୍ଗିଆ ଆଉ ଆଗକୁ ଯାଇ ନଥିଲେ।

ସମ୍ବନ୍ଧିତ ଖବର