ଚାନ୍ଦବାଲିରେ ଅନ୍ତଃଜିଲ୍ଲା ଫୁଟ୍‌ଭଲି ପ୍ରତିଯୋଗିତା

କଟକ: ଭଦ୍ରକ ଜିଲ୍ଲା ଫୁଟ୍‌ଭଲି ସଂଘ ଆନୁକୁଲ୍ୟରେ ଚାନ୍ଦବାଲିଠାରେ ଅନ୍ତଃଜିଲ୍ଲା ବରିଷ୍ଠ ଫୁଟ୍‌ଭଲି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତି ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବିଭାଗରେ ୪ ଲେଖାଏଁ ଖେଳାଳି ଅଂଶ ଗ୍ରହଣ କରିପାରିବେ। ଜୁନ ୧ ତାରିଖ ସକାଳ ସୁଦ୍ଧା ଖେଳାଳିମାନେ ଚାନ୍ଦବାଲିଠାରେ ପହଞ୍ଚିବାକୁ ସଂଘ ପକ୍ଷରୁ କୁହାଯାଇଛି। ଅନୁବନ୍ଧିତ ସଂଘଙ୍କ ବ୍ୟତୀତ ଯଦି ଅନ୍ୟ ସଂଗଠନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ତାହେଲେ ସେମାନେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଂପାଦକ ସହଦେବ ରାଉତ (୯୩୩୭୫୩୦୮୧୯) ଓ ଚାନ୍ଦବାଲି ସଂଗଠନ ସମ୍ପାଦକ କିଶୋର ଦାସ (୯୩୩୭୭ ୫୩୧୫୬/୮୦୧୮୯ ୨୯୪୬୫)ଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର