ଏସୀୟ କ୍ରୀଡ଼ା: ଦିବ୍ୟା କକରନ୍‌ଙ୍କୁ ରେସଲିଙ୍ଗ୍‌ରେ କାଂସ୍ୟ ପଦକ, ଭାରତର ପଦକ ସଂଖ୍ୟା ୧୦

ଜାକର୍ତ୍ତା: ଭାରତର ଦିବ୍ୟା କକରନ୍‌ଙ୍କୁ ମଙ୍ଗଳବାର ରେସଲିଙ୍ଗ୍‌ରେ କାଂସ୍ୟ ପଦକ ମିିଳିଛି। ଇଣ୍ଡୋନେସିଆର ଜାକର୍ତା ଠାରେ ୧୮ତମ ଏସୀୟ କ୍ରୀଡ଼ାର ମହିଳା ୬୫ କିଲୋ ଫ୍ରିଷ୍ଟାଇଲ୍‌ ବର୍ଗରେ ଏହି ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି।

ପୁରୁଷ ୧୦ ମିଟର ଏୟାର ପିସ୍ତଲ ସୁଟିଂ ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ଭାରତର ୧୬ ବର୍ଷିଅ ସୁଟର ସୌରଭ ପଦାର୍ପଣ କରିବା ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଭାରତର ତୃତୀୟ ଦିନରେ ୩ୟ ସ୍ୱର୍ଣ୍ଣ ପଦକ। ଅନ୍ୟ ସୁଟର ଅଭିଷେକ ବର୍ମା କାଂସ୍ୟ ପଦକ ହାସଲ କରିଥିଲେ। ସୌରଭ ଏସୀୟ କ୍ରୀଡ଼ାରେ ରେକର୍ଡ ଅତିକ୍ରମ କରି ମୋଟ ୨୪୦.୭ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଭିଷେକ ଫାଇନାଲରେ ଶ୍ରେଷ୍ଠ-୩ରେ ସ୍ଥାନ ପାଇଥିଲେ ଓ ଶେଷରେ ୨୧୯.୩ ପଏଣ୍ଟ ହାସଲ କରି ୩ୟ ସ୍ଥାନ ଅଧିକାର କରଛନ୍ତି। ଜାପାନର ମସ୍ତୁଦା ତୋମୋୟୁକି ୨୩୯.୭ ପଏଣ୍ଟ ହାସଲ କରି ରୌପ୍ୟ ପଦକ ପାଇଛନ୍ତି।

ସମ୍ବନ୍ଧିତ ଖବର