ବିରାଟଙ୍କ ଟିମ୍‌ ହାରିଲେ ଗାଳି ଖାଉଛନ୍ତି ଅନୁଷ୍କା! ସୋସିଆଲ ମିଡିଆରେ ଟ୍ରୋଲ

ମୁମ୍ବାଇ: ଆଇପିଏଲ୍‌ ୨୦୧୮ରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଭଲ ପ୍ରଦର୍ଶନ କରିପାରୁ ନାହିଁ। ଏଥିପାଇଁ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ଼୍‍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦାୟୀ କରାଯାଇ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ଚାଲିଛି। ଯଦିଓ କୋହଲି ୭ଟି ମ୍ୟାଚ୍‌ ରୁ ୩୧୭ ରନ୍‌ ସଂଗ୍ରହ କରିଛନ୍ତି ଓ ବ୍ୟକ୍ତିଗତ ସ୍ତରରେ ତାଙ୍କର ପ୍ରଦର୍ଶନ ଭଲ ରହିଛି, ଲୋକେ କିନ୍ତୁ ସୋସିଆଲ୍‌ ମିଡ଼ିଆରେ ଅନୁଷ୍କାଙ୍କ ଉପସ୍ଥିତିକୁ ଦାୟୀ କରୁଛନ୍ତି।

ଗତ ମ୍ୟାଚ୍‌ରେ କୋଲ୍‌କାଟା ରାଇଡ଼ସ୍‌ର୍ ଠାରୁ ଆର୍‌ସିବି ହାରିଯିବା ପରେ ଏହି ଟ୍ରୋଲ୍‌ ଜୋର ଧରିଛି। କେହି କେହି ଅନୁଷ୍କା ବିରାଟଙ୍କ ଟିମ୍‌ ଲାଗି ଅଶୁଭ ବୋଲି ବି କହିବାକୁ ପଛାଉ ନାହାନ୍ତିି। ପୁଣି ଟ୍ଵିଟରରେ ବି ଏକଥା ଲେଖାଯାଇଛି କି ଅନୁଷ୍କାଙ୍କୁ ବାପଘରେ ବିରାଟ ଛାଡ଼ିଦେଇ କ୍ରିକେଟ୍‌ ଉପରେ ନଜର ଦିଅନ୍ତୁ। ଅନୁଷ୍କାଙ୍କ ଉପସ୍ଥିତି ଫଳରେ ବିରାଟ ଅମନଯୋଗୀ ହେଉଛନ୍ତି ବୋଲି ତାଙ୍କ ଫ୍ୟାନ୍‌ମାନେ ଭାବୁଛନ୍ତି। ତେବେ ଏଥିରେ କୌଣସି ସତ୍ୟତା ନାହିଁ।

ସମ୍ବନ୍ଧିତ ଖବର