ମ୍ବାଦିକଙ୍କୁ ବି ଛାଡ଼ିଲେନି

ମସ୍କୋ: ଚଳିତ ଫୁଟବଲ୍‌ ବିଶ୍ୱକପରେ ରୁଷୀୟ ପ୍ରଶଂସକଙ୍କ ଉଶୃଙ୍ଖଳିତ ଆଚରଣ ସବୁ ସୀମା ଟପି ଗଲାଣି। କିଛି ଦିନ ତଳେ କଲମ୍ବିଆର ଜଣେ ମହିଳା କ୍ରୀଡ଼ା ସାମ୍ବାଦିକାଙ୍କୁ ଆୟୋଜକ ଦେଶର ପୁରୁଷ ପ୍ରଶଂସକ ସିଧା ପ୍ରସାରଣ ଚାଲିଥିଲା ବେଳେ ଚୁମା ଦେବା ସହ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଅଚାନକ ଧରି ପକାଇଥିଲେ। ଯାହା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏବେ ଆଉ ଏକ ବିବାଦୀୟ ଭିଡିଓ ପଦାକୁ ଆସିଛି। ଏଥିରେ ଜଣେ କୋରିଆ ସାମ୍ବାଦିକଙ୍କୁ ଦୁଇ ଜଣ ରୁଷୀୟ ତରୁଣୀ କ୍ୟାମେରା ଆଗରେ ଚୁମା ଦେଉଥିବା ଦେଖିବାକୁ ମିଳୁଛି। ଦକ୍ଷିଣ କୋରିଆ ଟିଭି ଚ୍ୟାନେଲ୍‌ ଏମବିଏନ୍‌ ପାଇଁ କାମ କରୁଥିବା ଏହି ସାମ୍ବଦିକ ଜଣକ ବିଶ୍ୱକପ ସଂପର୍କିତ ଏକ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିଲା ବେଳେ ହଠତ୍‌ ଜଣେ ଯୁବତୀ ତାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ। ଏହା ପରେ ଆଉ ଜଣେ ଯୁବତୀ ମଧ୍ୟ ଏହାକୁ ଦୋହରାଇଥିଲେ। ସାମ୍ବାଦିକ ଜଣକ ହଠାତ୍‌ କିଛି ବୁଝି ପାରି ନଥିଲେ। ଏବଂ ଶେଷରେ ହସି ପକାଇଥିଲେ। ଏହି ଭିଡିଓ ପଦାକୁ ଆସିଲା ବେଳେ ରୁଷୀୟ ପ୍ରଶଂସକଙ୍କ ଏଭଳି ଆଚରଣକୁ ଯୌନ ନିର୍ଯାତନା ଭାବେ ବିବେଚତା କରିବାକୁ ଆଲୋଚନା ଆରମ୍ଭ ହୋଇ ଯାଇଛି।

ସମ୍ବନ୍ଧିତ ଖବର