ହଲ୍‌ ଅଫ୍‌ ଫେମ୍‌ରେ ଦ୍ରାବିଡ

0 205

ଥିରୁବନ୍ତପୁରମ୍‌: ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ୍‌ ଦ୍ରାବିଡ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି। ଗତ ଜୁଲାଇ ୨ ତାରିଖରେ ଦ୍ରାବିଡଙ୍କ ସାମିଲ ନେଇ ଆଇସିସି ଘୋଷଣା କରିଥିଲା ବେଳେ ଗୁରୁବାର ଏଠାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବ ଅବସରରେ ଆନୁଷ୍ଠାନିକ ଭାବେ ଦ୍ରାବିଡଙ୍କୁ ସାମିଲ କରିଛି। ଫଳରେ ଆଇସିସୁ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇବାରେ ଦ୍ରାବିଡ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି। ଏହା ଏକ ବଡ଼ ସମ୍ମାନ ବୋଲି ଦ୍ରାବିଡ କହିଥିଲେ। ସର୍ବକାଳୀନ ମହାନ୍‌ ଖେଳାଳିଙ୍କ ତାଲିକାରେ ନାମ ରହିବା କ୍ରିକେଟ୍‌ ଜୀବନକାଳ ମଧ୍ୟରେ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଆଉ ମୋ ନାମ ଏଥିରେ ଯୋଡ଼ି ହୋଇଯାଇଥିବ‌ାରୁ ଅତ୍ୟନ୍ତ ଆନନ୍ଦିତ ବୋଲି ଦ୍ରାବିଡ ପ୍ରତିକ୍ରିୟା ରଖିଥିଲେ। ଆଇସିସି ଦ୍ବାରା ଆୟୋଜିତ ଗୁରୁବାର ଉତ୍ସବରେ କିମ୍ବଦନ୍ତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସୁନିଲ ଗାଭାସ୍କର ପୌରୋହିତ୍ୟ କରିଥିଲେ। ଏହା ପୂର୍ବରୁ ଅନ୍ୟ ୪ ଭାରତୀୟ ଭାବେ ବିଶେନ୍‌ ସିଂହ ବେଦୀ, କପିଳ ଦେବ, ଗାଭାସ୍କର ଓ ଅନୁଲ କୁମ୍ବଲେ ସାମିଲ ହୋଇଥିଲେ। ଭାରତୀୟ କ୍ରିକେଟ୍‌ ଦଳର ପ୍ରାଚୀର ଭାବେ ପରିଗଣିତ ଦ୍ରାବିଡ ୧୬୪ ଟେଷ୍ଟ ଖେଳି ୩୬ ଶତକ ସହାୟତାରେ ୧୩,୨୮୮ ରନ୍‌, ୩୪୪ ଦିନିକିଆରେ ୧୨ ଶତକ ସହାୟତାରେ ୧୦,୮୮୯ ରନ୍‌ କରିଥିଲେ। ସେ ୨୦୦୪‌େର ଆଇସିସି କ୍ରିକେଟର୍‌ ଅଫ୍‌ ଦି ଇୟର ସାଙ୍ଗକୁ ଟେଷ୍ଟ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଥିଲେ। ୨୦୧୨ରେ ଟେଷ୍ଟ କ୍ରି‌େକଟର୍‌ ଅବସର ନେଇଥିବା ଦ୍ରାବିଡ ଚମତ୍କାର ସ୍ଲିପ୍‌ ଫିଲ୍‌ଡର ଖ୍ୟାତି ବହନ କରି ୨୧୦ କ୍ୟାଚ୍‌ ନେଇଥିଲେ। ଯାହାକି ଏବେ ବି ବିଶ୍ବ କୀର୍ତିମାନ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.