ଦ୍ରାବିଡ଼ ବେଙ୍ଗାଲୁରୁ ଏଫ୍‌ସିର ଦୂତ

ବେଙ୍ଗାଲୁରୁ: ଶୁକ୍ରବାରଠୁ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଏହି ଲିଗ୍‌ର ଫ୍ରାଞ୍ଚାଇଜ୍‌ ବେଙ୍ଗାଲୁରୁ ଏଫ୍‌ସି ତା’ର ଦୂତ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ନିଯୁକ୍ତ କରିଛି। ଚଳିତ ବର୍ଷ ପଦାର୍ପଣ କରିବାକୁ ଥିବା ବେଙ୍ଗାଲୁରୁ ଏଫ୍‌ସି ନଭେମ୍ବର ୧୯ ତାରିଖରେ ମୁମ୍ବାଇ ଏଫ୍‌ସି ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ମୁଁ ବେଙ୍ଗାଲୁରୁ ପୁଅ ହିସାବରେ ମୋତେ ଦଳ ତା’ର ଦୂତ କରିଥିବାରୁ ବହୁତ ଖୁସି ବୋଲି ଦ୍ରାବିଡ଼ କହିଛନ୍ତି।

ସମ୍ବନ୍ଧିତ ଖବର