ଡ୍ରିମ୍‌ସରେ ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌ ଲିଗ ଆରମ୍ଭ

କଟକ: ଡ୍ରିମ୍‌ସ ପଡ଼ିଆରେ ଦ୍ୱିତୀୟ ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌ ଲିଗ୍‌ ବୁଧବାର ଆରମ୍ଭ ହୋଇଛି। ଓଡ଼ିଶା ନେଟ୍‌ବଲ କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ହେଉଥିବା ଏହି ପ୍ରତିଯୋଗିତାରେ ଓଡିଶା ସମେତ ୫ ରାଜ୍ୟ ଭାଗ ନେଇଛନ୍ତି। ବୁଧବାର ଉଦ୍‌ଘାଟନ ସମାରୋହରେ ସଂଘ ସଂପାଦକ ବ୍ରଜକିଶୋର ଦାଶ, ଡ୍ରିମ୍ସ କ୍ରୀଡ଼ା ନିର୍ଦେଶକ ନବକିଶୋର ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ନିରାକାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ଦିନ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଘରୋଇ ଦଳ ୭ ରନ୍‌ରେ ଜିତିଯାଇଥିଲା। ଗୁରୁବାରଠୁ ସମସ୍ତ ମ୍ୟାଚ୍‌ ଆରମ୍ଭ ହେବ। ସଂଘର ସବିତା ସିଂ, ଦେବାଶିଷ ରାୟ, ଭି କାନ୍ଥିରାବନ୍‌ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର