ସଚିନଙ୍କ ପାଇଁ ପୂରଣ ହେଲା ସ୍ୱପ୍ନ 

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଭାରତୀୟ ହ୍ଵିଲ୍‌ ଚେୟାର କ୍ରିକେଟ୍‌ ଦଳର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି। ସଚିନ ଆର୍ଥିକ ସହାୟତା କରିବା ପରେ ଯାଇ ଏହି ଦଳ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ଗସ୍ତରେ ଯାଇ ପାରିଛି। ଭାରତୀୟ ହ୍ଵିଲ୍‌ ଚେୟାର କ୍ରିକେଟ୍‌ ଦଳର ଦଳର ବାଂଲାଦେଶ ଗସ୍ତ ଲାଗି ମାତ୍ର ୬.୫ ଲକ୍ଷ ଟଙ୍କାର ଦାରକାର ଥିଲା। ହେଲେ ସେତିକି ଟଙ୍କା ଯୋଗାଡ଼ କରିବା ଏହି ଦଳ ପାଇଁ କାଠିକର ପାଠ ହୋଇଥିଲା। ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କୌଣସି ଫଳ ମିଳୁ ନଥିଲା। କେବଳ ଜଣେ ପ୍ରାୟୋଜକ ମାତ୍ର ୨ ଲକ୍ଷ ଟଙ୍କାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ଉପାୟ ନପାଇ ହ୍ଵିଲ୍‌ଚେୟାର କ୍ରିକେଟ୍‌ ସଂଘର ସଂପାଦକ ପ୍ରଦୀପ ରାଜ ସଚିନଙ୍କ ପାଖକୁ ଏଥିନେଇ ଏକ ଇମେଲ ପଠାଇଥିଲେ। ସଚିନ ମାତ୍ର ୩ ଦିନ ଭିତରେ ତାଙ୍କ ଇମେଲର ଉତ୍ତର ଦେବା ସହ ଗସ୍ତ ପାଇଁ ଆବଶ୍ୟକ ହେଉଥିବା ବଳକା ୪.୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ସଚିନଙ୍କ ସହାୟତା ପରେ ଭାରତୀୟ ଦଳ ବାଂଲାଦେଶ ଯାଇ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିଥିଲା। ଏହାକୁ ମଧ୍ୟ ୨-୦ରେ ଜିତି ପାରିଥିଲା।

ସମ୍ବନ୍ଧିତ ଖବର