ଦ୍ରୁତ ଓଡ଼ିଶା ଟେନିସ୍‌ ବଲ କ୍ରିକେଟ୍‌ ଦଳ ଅଧିନାୟକ

ସମ୍ବଲପୁର: ମହାରାଷ୍ଟ୍ରର ନାଗପୁରଠାରେ ଆସନ୍ତା ୩୦ ତାରିଖରୁ ହେବାକୁ ଥିବା ୩୨ତମ ଜାତୀୟ ଉପକନିଷ୍ଠ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ୧୫ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ସମ୍ବଲପୁର ବୁଢ଼ାରଜା ନିବାସୀ ଘନଶ୍ୟାମ ସାହୁ ଏବ˚ କଳ୍ପନା ସାହୁଙ୍କ ପୁତ୍ର ଦ୍ରୁତ ସାହୁ (ଅମନ) ଏହି ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଦ୍ରୁତ ଜଗନ୍ନାଥ କଲୋନି କ୍ଲବ୍‌ (ଜେସିସି) ପକ୍ଷରୁ କ୍ରିକେଟ୍‌ ଖେଳିଥାଆନ୍ତି। ଦ୍ରୁତ ଦଳର ଅଧିନାୟକ ନିଯୁକ୍ତ ହେବା ପରେ ତାଙ୍କୁ ସମ୍ବଲପୁର ଜିଲ୍ଲା ଟେନିସ୍‌ ବଲ୍‌ କ୍ରିକେଟ୍‌ ସ˚ଘର ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ସ˚ପାଦକ ଜିତେନ୍ଦ୍ର ହୋତା ଏବ˚ କ୍ଲବ୍‌ର ବରିଷ୍ଠ ଖେଳାଳି ଅବିନାଶ ନନ୍ଦ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ଦଳର ଅନ୍ୟ ସଦସ୍ୟମାାନେ ହେଲେ ରାହୁଲ ମୁଖୀ, ସମ୍ବିତ କୁମାର ସାମଲ, ଶ୍ରୀମନ୍ତ ସାହୁ, ତୁଷାର ମହାକୁଡ, ଏମ୍‌ ସତୀଶ କୁମାର ରାଓ (ଉପ ଅଧିନାୟକ), କୁମାର ହ˚ସରାଜ, ସତ୍ୟ ଶୁଭମ ସାହୁ, ଦୀପକ ଦାସ, ଏମ୍‌ ରାଧାଶ୍ୟାମ ପାତ୍ର, ଆହ୍ବାନ ପଟ୍ଟନାୟକ, ପ୍ରିୟଦର୍ଶନ ପାତ୍ର, ଏସ୍‌ ପ୍ରିୟା˚ଶୁ, ଦିବ୍ୟପ୍ରକାଶ ସାହୁ, ଶ୍ରବଣ କୁମାର ଦିଗାଲ, ଚକ୍ରଧର ମାଝୀ (ପ୍ରଶିକ୍ଷକ), ରଞ୍ଜନ କୁମାର ନାୟକ (ପ୍ରବନ୍ଧକ)। ଦଳ ଆସନ୍ତା ୨୮ ତାରିଖରେ ପୁରୀ-ସୁରଟ ଏକ୍ସପ୍ରେସ୍‌ରେ ନାଗପୁର ଯାତ୍ରା କରିବ ବୋଲି ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ୍‌ ସ˚ଘର ସ˚ପାଦକ ଶିଥିଲ କୁମାର ପଣ୍ତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର