ଦୁବାଇ ମାଷ୍ଟର୍ସ କବାଡ଼ି: ଭାରତ ବିଜେତା

ଦୁବାଇ: ଅପରାଜେୟ ଭାରତ ଏଠାରେ ଚାଲିଥିବା ଷଡ଼ରାଷ୍ଟ୍ରୀୟ ମାଷ୍ଟର୍ସ କବାଡ଼ି ପ୍ରତିଯୋଗିତାରେ ବିଜେତା ହୋଇଛି। ଶନିବାର ଫାଇନାଲ୍‌ରେ ଭାରତୀୟ ଦଳ ୪୪-୨୬ ପଏଣ୍ଟ୍‌ ବ୍ୟବଧାନରେ ଇରାନ୍‌କୁ ପରାସ୍ତ କରିଦେଲା। ଶୁକ୍ରବାର ସେମିଫାଇନାଲ୍‌ରେ ଭାରତ ୩୬-୨୦ରେ ଦକ୍ଷିଣ କୋରିଆକୁ ଏବଂ ଇରାନ୍‌ ୪୦-୨୧ରେ ପାକିସ୍ତାନକୁ ପରାସ୍ତ କରି ଟ୍ରଫ ମୁକାବିଲାରେ ଅବତୀର୍ଣ ହୋଇଥିଲେ। ଫାଇନାଲ୍‌ରେ କିନ୍ତୁ ଭାରତ ନିକଟରେ ଇରାନ୍‌ ଶକ୍ତିହୀନ ହୋଇପଡ଼ିଥିଲା। ମ୍ୟାଚ୍‌ ଆରମ୍ଭରୁ ଆଧିପତ୍ୟ ଜମାଇଥିବା ଭାରତ ପ୍ରଥମାର୍ଧ ସୁଦ୍ଧା ୧୮-୧୧ ପଏଣ୍ଟ୍‌ରେ ଆଗୁଆ ଥିଲା। ତେବେ ଦ୍ୱିତୀୟାର୍ଧରେ ଅଧିକ ଆକ୍ରାମକ ଖେଳି ଭାରତ ୨୬ ପଏଣ୍ଟ୍‌ ଲଦି ଦେଇଥିଲା ବେଳେ ଇରାନ୍‌ ୧୫ ପଏଣ୍ଟ୍‌ ପାଇଥିଲା। ଅଧିନାୟକ ଅଜୟ ଠାକୁର ଓ ମନୁ ଗୋୟତ ଭାରତକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଉଭୟେ ପ୍ରତିପକ୍ଷକୁ ଆଗକୁ ବଢ଼ିବାର ସୁଯୋଗ ଦେଇନଥିଲେ। ଅଜୟ ଠାକୁର ୯ ରେଡ୍‌ ପଏଣ୍ଟ୍‌ ପାଇଥିଲେ। ଏଥି ସହିତ ଭାରତ ବିଶ୍ୱ ବିଜେତା ଥିଲା ବେଳେ ଦୁବାଇ ମାଷ୍ଟର୍ସ ଟ୍ରଫି ମଧ୍ୟ ହାସଲ କଲା।

ସମ୍ବନ୍ଧିତ ଖବର